ବିଶ୍ୱ ମାତୃଭାଷା ଦିବସ ପାଳିତ

0 60

ବୌଦ୍ଧ,୨୧/୨- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ସ୍ୱାଗତ ଭାଷଣ ସହିତ ମାତୃଭାଷାର ବ୍ୟବହାରିକ ଦିଗ ଉପରେ ଆଲୋଚନା କରିଥିବାବେଳେ ଛାତ୍ରୀ ସୁନେଲି ବାଘ, ତୁଳସୀ ସାହୁ, ନମ୍ରତା ବଡ଼ମାଳୀ, ଶିକ୍ଷୟିତ୍ରୀ ସୁଧା ହୋତା ଓ ପଦ୍ମଜା ପତି ମାତୃଭାଷା ଦିବସର ତାତ୍ପର୍ଯ୍ୟ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ଛୋଟ ଛୋଟ କାମରେ ମହାନତା ଥାଏ, ମାତୃଭୁମି ମାତୃଭାଷା ପ୍ରତି ଆଗ୍ରହ ପ୍ରକାଶ କରିବା ଛୋଟବେଳୁ ପିଲାଙ୍କୁ ପ୍ରଥମେ ଡେ଼ଡି ମମିର ଅଭ୍ୟାସ ନକରାଇ ମାଆର ଭାଷାକୁ ଅଭ୍ୟାସ କରିବା ସହିତ ପରବର୍ତ୍ତୀ ସମୟରେ ଛୋଟ ଛୋଟ ଶବ୍ଦ ସହିତ ବହୁଭାଷା ଶିକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଅଷ୍ଟମରୁ ଦଶମ ପିଲାଙ୍କର ମାତୃଭାଷା ଦିବସ ଉପଲକ୍ଷେ ବକ୍ତୃତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା କରାଯାଇଥିଲା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବକ୍ତୃତାରେ ସୁନେଲି ବାଘ, ତୁଳସୀ ସାହୁ, ନମ୍ରତା ବଡ଼ମାଳୀ, ପ୍ରବନ୍ଧରେ ତୁଳସୀ ସାହୁ, ସୁନେଲି ବାଘ, ପିଙ୍କି ପ୍ରଧାନ ଓ କୁଇଜରେ ତୁଳସୀ ସାହୁ, ଗୁଡିରାଣୀ ଜେନା ଓ ସ୍ମୁତି ସାହୁଙ୍କୁ ପୁରସ୍କାର ଦିଆଯାଇଥିଲା ।

hiring

ସେହିପରି ବୌଦ୍ଧ ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ପ୍ରଥମେ ମାତୃଭାଷା ପ୍ରତି ଆଗ୍ରହ ରଖିବା ସହିତ ଅନ୍ୟ ଭାଷାରେ ନିଜ ନିଜର ଦକ୍ଷତା ବଢାଇବା, ଭାଷାର ଦକ୍ଷତା ହାସଲ କଲେ ସମସ୍ତ ବିଷୟ ବୁଝିବାରେ ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି ବକ୍ତବ୍ୟ ଦେଇଥିଲେ । ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁ ମାତୃଭାଷାରେ ଉଚ୍ଚଶିକ୍ଷାର ବ୍ୟବସ୍ଥା ମଧ୍ୟ ହେଲାଣି ବୋଲି ବକ୍ତବ୍ୟ ଦେଇଥିଲେ । ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କର ଶିଶୁର ବିକାଶରେ ମାତୃଭାଷାର ବିକାଶ ବିଷୟକୁ ନେଇ ବକ୍ତୃତା ଓ କୁଇଜ ପ୍ରତିଯୋଗିତା କରାଯାଇଥିଲା । ବକ୍ତୃତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବରେ ଗଣେଶ ସାହୁ, ଦେବୀପ୍ରସାଦ ସାହୁ ଓ ପ୍ରିତମ କୁମାର ସାହୁ ଏବଂ କୁଇଜରେ ଗଣେଶ ସାହୁ, ବିଶ୍ୱଭୂଷଣ ଗୁରୁ ଓ ଆୟୁଷ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ, ବିଜୟକୁମାର ପ୍ରଧାନ, ସଞ୍ଜିବ କୁମାର ପ୍ରଧାନ, ବିଜୟ କୁମାର କ୍ଷେତି, ଅର୍ଚ୍ଚନା ମହାନ୍ତି, କୁମୁଦିନୀ ଦେବୀ, ସନ୍ଧ୍ୟାରାଣୀ ମିଶ୍ର, ମମତା ସାହୁ, ଶୁଭ୍ରସ୍ମିତା ମେଣ୍ଡିଳୀ, ମୀନାରାଣୀ ପଣ୍ଡା, ରଞ୍ଜିତ କୁମାର ରାଉତଙ୍କ ସହିତ ନବମରୁ ଦଶମ ଶ୍ରେଣୀ ଛାତ୍ରମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − 7 =