ବୌଦ୍ଧରେ ଆରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

0 113

ବୌଦ୍ଧ,୧/୪: ବୌଦ୍ଧ ଜିଲ୍ଲା ପୋଲିସ ଓ ୫ମ ଆଇଆରବି ପକ୍ଷରୁ ମିଳିତଭାବେ ୮୭ତମ ଆରକ୍ଷୀ ପ୍ରତିଷ୍ଠା ଦିବସ ବଲାସିଙ୍ଗାସ୍ଥିତ ପଡିଆଠାରେ ପାଳିତ ହୋଇଯାଇଛି । ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ବାହିନୀ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଓଡିଶା ପୋଲିସ ତାର କର୍ତ୍ତବ୍ୟ ଓ କାର୍ଯ୍ୟଦକ୍ଷତା ସବୁ ସମୟରେ ପ୍ରତିପାଦନ କରିଆସିଛି । କୋଭିଡ ଭଳି ମହାମାରି ସମୟରେ ଆମ ଯବାନ ମାନଙ୍କର ଶୃଙ୍ଖଳିତ କାର୍ଯ୍ୟ ସାରା ରାଜ୍ୟରେ ପ୍ରସଂଶନୀୟ ହୋଇପାରିଛି । ଆମେ ମାତୃଭୂମିର ସୁରକ୍ଷାପାଇଁ ଏଭଳି ଆଗକୁ ମଧ୍ୟ ନିଷ୍ଠାର ସହ କାର୍ଯ୍ୟ କରିଚାଲିବା ବୋଲି ଏସପି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହାପରେ ଏହି ଦିବସ ଅବସରରେ ଓଡିଶାର ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତା ଏସ.ପି ପାଠ କରିଥିଲେ । ଏହି ଅବସରରେ ଜିଲ୍ଲା ପୋଲିସ ବାହିନୀର ଏସ୍‌. ଆଇ ବାଲ୍ମିକୀ ପ୍ରଧାନ,ଏ.ଏସ୍‌.ଆଇ ନିକୁଞ୍ଜ ବନ ବାଗ, ହାବିଲଦାର ସୁଶାନ୍ତ ବରାଳ, କନେଷ୍ଟବଳ ଇନ୍ଦ୍ରଜିତ ପ୍ରଧାନ, ପଙ୍କଜ କୁମାର ସାହୁଙ୍କୁ ପ୍ରସଂଶନୀୟ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏଥିସହ ରିଜର୍ଭ ବାଟାଲିଅନର ଏସ. ଆଇ ସୁରେନ୍ଦ୍ର ଲାକ୍ରା, ଏ.ଏସ.ଆଇ ପ୍ରେମ ବାହାଦୁର ଥାପା, ହାବିଲଦାର ରଶ୍ମି ରଂଜନ ପ୍ରହରାଜ, କନେଷ୍ଟବଳ ପ୍ରିୟବ୍ରତ ଭଦ୍ରାଙ୍କୁ ମଧ୍ୟ ପ୍ରସଂଶନୀୟ କାର୍ଯ୍ୟପାଇଁ ସମ୍ମାନିତ କରାଯାଇଥିଲା । ରିଜର୍ଭ ଇନିସ୍ପେକ୍ଟର ମଧୁସୂଦନ ମହାପାତ୍ର ପ୍ୟାରେଡକୁ ପରିଚାଳନା କରିଥିବାବେଳେ ଡେପୁଟି କମାଣ୍ଡେଂଟ ଏଲ.ଡି. ମହାରଣା, ଲଳିତ ବାଗ୍‌, ଗୋପବନ୍ଧୁ ତ୍ରିପାଠୀ, ଏ.ଏସ.ପି ରବିନ୍ଦ୍ର କୁମାର ରାଉତ, ଡି.ଏସ.ପି ଆନନ୍ଦ ବର୍ଦ୍ଧନ ଗୁରୁ, ଧିରେନ କୁମାର ସ୍ୱାଇଁ, ଏସ.ଡି.ପି.ଓ ସାଲେଷ୍ଟିନ ଟିଗା ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ଯବାନମାନଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 5 =