ବୌଦ୍ଧ,୧୨/୭:- ଆଜି ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ସାମ୍ବାଦିକଙ୍କ ସୁରକ୍ଷା ଓ ସୁବିଧା ନିମନ୍ତେ ୫ଦଫା ଦାବିପତ୍ର ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସଂପର୍କ ବିଭାଗ, ପାନୀୟଜଳ, ପଞ୍ଚାୟତରାଜମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତଙ୍କୁ ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ଜିଲ୍ଲା ଓ ରାଜ୍ୟରେ କର୍ମରତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ‘ସାମ୍ବାଦିକ ସୁରକ୍ଷା ଆଇନ’ ପ୍ରଣୟନ, ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ରାଶି ୨ଲକ୍ଷରୁ ବୃଦ୍ଧି କରାଯାଇ ୧୦ଲକ୍ଷ କରିବାକୁ, ଅତୀତରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସ୍ୱଳ୍ପ ସୁଧ ହାରରେ ଗୃହ ନିର୍ମାଣ ଋଣ ଏବଂ ଯାନବାହନ ବ୍ୟାଙ୍କ ଋଣ ପ୍ରଦାନ ନିମନ୍ତେ ତୁରନ୍ତ କାର୍ଯ୍ୟକାରୀ କରିବାକୁ, ବୌଦ୍ଧଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାରେ କର୍ମରତ ସାମ୍ବାଦିକମାନଙ୍କ ସୁବିଧା ନିମନ୍ତେ ଏକ ସାମ୍ବାଦିକ ଭବନ ନିର୍ମାଣ ଓ ସର୍ବସାଧାରଣ ପାଠକ ମାନଙ୍କ ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗର ଏକ ପାଠାଗାର ନିର୍ମାଣ ପ୍ରମୁଖ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ପ୍ରେସ କ୍ଲବ ସଭାପତି ବରଜ କୁମାର ବେହେରା, ସଂପାଦକ ରଘୁନାଥ ଷଡଙ୍ଗୀ, କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ମିଶ୍ର, ସହ-ସଂପାଦକ ସଞ୍ଜିବ କୁମାର ମହାକୁଳ, ସଦସ୍ୟ ଦେବାନନ୍ଦ ସାହୁ, ଅବଦୁଲ ମହସିନ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।