ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚୂଡାନ୍ତ ତାଲିକା ପ୍ରକାଶ

0 190

ବୌଦ୍ଧ,୨୭/୧୦- ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲାର ସଂରକ୍ଷଣ ଚୂଡାନ୍ତ ତାଲିକା ଗତକାଲି ପ୍ରକାଶ ପାଇଛି । ଗତ ୮ତାରିଖରେ ପ୍ରକାଶ ପାଇଥିବା ଚିଠା ତାଲିକା ପାଇଁ ୧୬ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଥିଲା । ୨୨ ତାରିଖରେ ଆପତ୍ତି ଅଭିଯୋଗ ଗୁଡିକୁ ତର୍ଜମା କରାଯାଇଥିଲା ଏବଂ ଗତକାଲି ରାତିରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ଚିଠା ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ତାଲିକାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜିଲ୍ଲା ପ୍ରଶାସନର ବିଜ୍ଞପ୍ତି ଅନୁସାରେ ଚୂଡାନ୍ତ ତାଲିକାରେ ୩ଟି ବ୍ଲକ ବିଶିଷ୍ଟ ଜିଲ୍ଲାର ବ୍ଲକ ଅଧ୍ୟକ୍ଷ ନିମନ୍ତେ କଣ୍ଟାମାଳ ବ୍ଲକ ଅନୁସୂଚିତ ଜନଜାତି ମହିଳା, ବୌଦ୍ଧ ବ୍ଲକ ଅସଂରକ୍ଷିତ ମହିଳା ଏବଂ ହରଭଙ୍ଗା ବ୍ଲକ ଅସଂରକ୍ଷିତ ରହିଛି । ୨୪ଟି ପଂଚାୟତ ବିଶିଷ୍ଟ କଣ୍ଟାମାଳ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ ନିମନ୍ତେ ଅନୁସୂଚିତ ଜାତି ପାଇଁ ୨ଟି, ଅନୁସୂଚିତ ଜାତି ମହିଳା ପାଇଁ ୩ଟି, ଅନୁସୂଚିତ ଜନଜାତି ପାଇଁ ୨ଟି, ଅନୁସୂଚିତ ଜନଜାତି ମହିଳା ପାଇଁ ୨ଟି, ପଛୁଆ ବର୍ଗ ପାଇଁ ୧ଟି, ପଛୁଆ ବର୍ଗ ମହିଳା ପାଇଁ ୨ଟି, ଅସଂରକ୍ଷିତ ୭ଟି ଏବଂ ଅସରାଂକ୍ଷିତ ମହିଳା ପାଇଁ ୫ଟି ଆସନ ରହିଛି । ୨୩ ପଂଚାୟତ ବିଶିଷ୍ଟ ବୌଦ୍ଧ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ ନିମନ୍ତେ ଅନୁସୂଚିତ ଜାତି ପାଇଁ ୨ଟି, ଅନୁସୂଚିତ ଜାତି ମହିଳା ପାଇଁ ୩ଟି, ଅନୁସୂଚିତ ଜନଜାତି ପାଇଁ ୧ଟି, ଅନୁସୂଚିତ ଜନଜାତି ମହିଳା ପାଇଁ ୨ଟି, ପଛୁଆ ବର୍ଗ ପାଇଁ ୧ଟି, ପଛୁଆ ବର୍ଗ ମହିଳା ପାଇଁ ୨ଟି, ଅସଂରକ୍ଷିତ ୭ଟି ଏବଂ ଅସଂରକ୍ଷିତ ମହିଳା ପାଇଁ ୫ଟି ଆସନ ରହିଛି । ୨୨ ପଂଚାୟତ ବିଶିଷ୍ଟ ହରଭଙ୍ଗା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ ନିମନ୍ତେ ଅନୁସୂଚିତ ଜାତି ପାଇଁ ୩ଟି, ଅନୁସୂଚିତ ଜାତି ମହିଳା ପାଇଁ ୩ଟି, ଅନୁସୂଚିତ ଜନଜାତି ପାଇଁ ୧ଟି, ଅନୁସୂଚିତ ଜନଜାତି ମହିଳା ପାଇଁ ୨ଟି, ପଛୁଆ ବର୍ଗ ପାଇଁ ୧ଟି, ପଛୁଆ ବର୍ଗ ମହିଳା ପାଇଁ ୧ଟି, ଅସଂରକ୍ଷିତ ୬ଟି ଏବଂ ଅସଂରକ୍ଷିତ ମହିଳା ପାଇଁ ୫ଟି ସ୍ଥାନ ରହିଛି । ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଆସନ୍ତା ୨୯ ତାରିଖରେ ରାଜ୍ୟସ୍ତରରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two + fifteen =