ଆଇନ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0 43

ବୌଦ୍ଧ,୮/୩- ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଆନୁକୂଲ୍ୟରେ ମହିଳା ମହାବିଦ୍ୟାଳୟ ବୌଦ୍ଧଠାରେ “ଅନ୍ତର୍ଜାତୀୟ ମହିଳା ଦିବସ’ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧକ୍ଷ ଶ୍ରୀ ବିକ୍ରମ କୁମାର ପ୍ରଧାନଙ୍କ ଅଧକ୍ଷତାରେ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ଆନନ୍ଦ ନାରାୟଣ ମହାରଣା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ, ଶ୍ରୀ ହୃଷିକେଶ ଆଚାର୍ଯ୍ୟ, ମୁଖ୍ୟ ଦଣ୍ଡାଦେଶ ଅଧିକାରୀ, ଶ୍ରୀମତୀ ସୁଚିତ୍ରା ପରମଗୁରୁ, ରେଜିଷ୍ଟ୍ରର, ଦେୱାନୀ ଅଦାଲତ, ଶ୍ରୀ ଚରଣଜିତ ଓରାମ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀମତୀ ସୁମିତ୍ରା ସାହୁ, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ, ଶ୍ରୀ ରବୀନ୍ଦ୍ର କୁମାର ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ରବୀନ୍ଦ୍ର ନାଥ ଗୁରୁ, ଅଧ୍ୟକ୍ଷ, ମହିଳା ମହାବିଦ୍ୟାଳୟ, ତନୁଶ୍ରୀ କର୍ଣ୍ଣ, ଅଧ୍ୟାପିକା, ମହିଳା ମହାବିଦ୍ୟାଳୟ, ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଛାତ୍ରୀଗଣ ବହୁ ପରିମାଣରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ମହିଳା ଦିବସ ପାଳନ କରାଯିବାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଏହାଛଡା ସରକାରଙ୍କ ଦ୍ୱାରା ସେମାନଙ୍କ ଉନ୍ନତି ଏବଂ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ଯଥା ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ, ୨୦୦୫, ପ୍ରି-କନ୍‌ସେପ୍ଟ ଏବଂ ପ୍ରି-ନାଟାଲ୍‌ ଡାଇଗ୍‌ନୋଷ୍ଟିକ୍‌ ଟେକ୍ନିକ୍ସ ଆକ୍ଟ, ୧୯୯୪, ଯୌନ ଅପରାଧରୁ ଶିଶୁମାନଙ୍କର ସୁରକ୍ଷା ଆଇନ, ୨୦୧୨, ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬, ପୀଡିତା କ୍ଷତିପୂରଣ ଆଇନ ଇତ୍ୟାଦି ଏବଂ ବିଭିନ୍ନ ଯୋଜନା ଉପରେ ବିସ୍ତୃତ ଭାବରେ ବୁଝାଯାଇଥିଲା ।

hiranchal ad1
Leave A Reply

Your email address will not be published.

11 + 7 =