ବୌଦ୍ଧ: ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

0 114

ବୌଦ୍ଧ,୨/୧୦- ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିରଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ବୌଦ୍ଧଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ୫ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ରଯୋଗେ ବୌଦ୍ଧ ସହରରେ ରାମଧୁନ ପ୍ରଚାର କରାଯାଇଥିଲା । ନାରାୟଣନଗର ଲୋକ କଳା ଗ୍ରାମରେ ମଧ୍ୟ ଜନସାଧାରଣ ଏବଂ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ରାମଧୁନ ଓ ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା । ପରେ ପରେ ସକାଳ ୭ ଘଟିକା ସମୟରେ ବ୍ରିଜଛକ ଠାରୁ ଗାନ୍ଧିଛକ ପର୍ଯ୍ୟନ୍ତ କାଳାଞ୍ଜଳୀ, ବୌଦ୍ଧ ସଂକୀର୍ତ୍ତନ ମାଧ୍ୟମରେ ରାମଧୁନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସକାଳ ୮.୩୦ ମିନିଟ ସମୟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଫଟୋରେ ସାମୁହିକ ମାଲ୍ୟାର୍ପଣ ଏବଂ ପୁଜ୍ୟପୂଜା କରାଯାଇଥିଲା ।

hiring

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା, ଶ୍ରୀମତୀ ଜ୍ୟୋସ୍ନା ଭୋଇ ଏବଂ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ, ଅକୃର ସେଠୀ, ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା, ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା, ନିଜାରତ ଅଫିସର ବିରଞ୍ଚି ନାରାୟଣ ଧରୁଆ, ସେକ୍ସସନ ଅଫିସର ମାନସ ରଂଜନ ସେଠୀ, କର୍ମଚାରୀ ମଣ୍ଟୁ ପାଣ୍ଡେ , ଯୁଧିଷ୍ଟିର ପ୍ରଧାନି, ଅକ୍ଷୟ ମହାକୁଡ, ଏନ୍‌.ଏ.ସି, ଏବଂ ଡି.ଆର.ଡି.ଏ ର କର୍ମଚାରୀ, ବୌଦ୍ଧର ବୁଦ୍ଧିଜିବୀ, ଗଣମାଧ୍ୟମର ପ୍ରତିନିଧି, ଆମ୍ବେଦକର ଫାଉଣ୍ଡେସନ, ବୌଦ୍ଧର ଜିଲ୍ଲା ସଭାପତି ଅନାଦୀ ବାଦୀ, ଧର୍ମଗୁରୁ ଶ୍ରୀଯୁକ୍ତ ଷଷ୍ଠ କୁମାର ପୁରୋହିତ, ପାଳକ ମାନସ ରଂଜନ ନାୟକ, ସାହାବୁଦ୍ଦିନ ଖାଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଷଷ୍ଠ କୁମାର ପୁରୋହିତ ପବିତ୍ର ଗୀତା ପାଠ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସଂଯୋଜନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ଉପଲକ୍ଷେ ଘରେ ଘରେ ଶାକାହାରୀ ଭୋଜନ ସହ ମାଂସ ଦୋକନ ଗୁଡିକ ବନ୍ଦ ରଖିବା ପାଇଁ, ବୌଦ୍ଧ ସହରକୁ ପରିଷ୍କାର, ପରିଚ୍ଛନ୍ନ ରଖି ପଲିଥିନ ମୁକ୍ତ କରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

thirteen − seven =