ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୪୨ ତମ ପ୍ରତିଷ୍ଠା ଦିବସ ପାଳିତ

0 107

ବୌଦ୍ଧ,୬/୪ – ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୪୨ ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଓ ୧୦ ଗୋଟି ମଣ୍ଡଳ ସ୍ତରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିପାଇଁ ୧୫ ଗୋଟି ବିନ୍ଦୁ ଯଥା ପ୍ରଧାନମନ୍ତ୍ରୀଙ୍କ ପ୍ରତିଷ୍ଠା ଦିବସରେ ଅଭିଭାଷଣକୁ ସମଗ୍ର ଦେଶରେ କର୍ମକର୍ତ୍ତାଙ୍କୁ ଶୁଣାଇବା, ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ପାଇଁ ଜନମତ ସୃଷ୍ଟି କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭାର୍ଥୀଙ୍କ ସହିତ ସମ୍ପର୍କ ସ୍ଥାପନ କରିବା, କେନ୍ଦ୍ରର ଯୋଜନା ଘରକୁଘର ଟେପରେ ବିଶୁଦ୍ଧ ପାନୀୟ ଜଳଯୋଗାଣ, ପଶୁ ପକ୍ଷୀ ମାନଙ୍କ ପାଇଁ ପିଇବା ପାଇଁ ପାଣି ଦେବା ବ୍ୟବସ୍ଥା , ପି .ଏମ . କିଷାନ କ୍ରେଡିଟ କାର୍ଡ ସମସ୍ତ ଚାଷୀଙ୍କୁ ଉପଲବ୍ଧ କରାଇବା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ କେନ୍ଦ୍ର ସରକାର ଦେଉଥିବା ସାହାଯ୍ୟ ସହଯୋଗର ବାର୍ତ୍ତା ପ୍ରଚାର ପ୍ରସାର କରିବା, ବିଦ୍ୟାଳୟର ୧୨ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ କୋଭିଡ-୧୯ ଟୀକା ପ୍ରଦାନ ଓ ବଣ୍ଟନରେ ସହଯୋଗ କରିବା , ଗରିବ କଲ୍ୟାଣ ଅନ୍ନ ଲାଭାର୍ଥୀଙ୍କୁ ପୁନଶ୍ଚ ଆଉ ୬ ମାସ ମାଗଣା ରେସନ ଦେବା, ଭାରତ ରତ୍ନ ଡଃ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ ସହ ପଂକ୍ତି ଭୋଜନ ଦେବା ,ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା, ଅଣ ସଙ୍ଗଠିତ ଶ୍ରମିକ ମାନଙ୍କୁ ଇ- ଲେବର କାର୍ଡ ସହ ଇନସ୍ୟୁରାନ୍ସ କରାଇବା ଓ ସମ୍ବର୍ଦ୍ଧିତ କରିବା, ଦ୍ୱିତୀୟ ସର୍ଭିସ ସେଣ୍ଟର କୁ ଯାଇ ” ଜନ ଧନ ” ହିତାଧିକାରୀଙ୍କୁ ସାହାଯ୍ୟ ଓ ସମ୍ବର୍ଦ୍ଧିତ କରିବା, ପୁରାତନ କୀତ୍ତିରାଜିର ସରଂକ୍ଷଣ ଓ ଭିତ୍ତିଭୂମି ସ୍ୱଚ୍ଛତା ରକ୍ଷା ,ସୈନିକ ସେନାନୀଙ୍କୁ ସମ୍ୱର୍ଦ୍ଧିତ କରିବା, ପୋଷଣ ଅଭିଯାନକୁ ତ୍ୱରାନ୍ୱିତ କରି ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ସମ୍ୱର୍ଦ୍ଧନା କରିବା, କିମ୍ବଦନ୍ତୀ, ସ୍ୱାଧୀନତା ସଂଗ୍ରାମୀ ଓ ପରିବାରବର୍ଗଙ୍କୁ ସମ୍ୱର୍ଦ୍ଧନା ସହିତ ସାହାଯ୍ୟ କରିବା । ଏହି ୧୫ ଗୋଟି କାର୍ଯ୍ୟକୁ ଜିଲ୍ଲା, ମଣ୍ଡଳ ଓ ବୁଥ ସ୍ତରରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ନିଜନିଜ ଅଞ୍ଚଳରେ ରହି ” ସାମାଜିକ ନ୍ୟାୟ ପକ୍ଷ’ ହିସାବରେ କରିବାକୁ ନିଷ୍ପତ୍ତି ହୋଇଛି ।

hiring

ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠ ନେତାମାନେ ସର୍ବଶ୍ରୀ କହ୍ନେଇ ଚରଣ ଡାଙ୍ଗ, ଯୁଗଳ କିଶୋର ସାହୁ, ଅଞ୍ଜନ ସାହୁ, ମାଗୁଣି ଗାଈଗୌରିଆ, ଯୁଗଳ କିଶୋର ସାମଲ, ମନରଞ୍ଜନ ଦାସ, ନମିତା ରାଣୀ ଦାସ, ପ୍ରଦୋଷ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ତାପସ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ବାଘ, ପ୍ରଦୋଷ ମିଶ୍ର, ବିଶିକେଶନ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ସରୋଜ ପ୍ରଧାନ, ରାଜୁ ମେହେର, ଅନିଲ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ବାମନ ବାରିକ, ରାଜୀବ ଦେହୁରୀ, ରବି ଦେଓ, ତ୍ରିପୁର ମହାକୁଡ, ଦୀପିକା ନାଇକ, ସନ୍ତୋଷିଣୀ ମହାକୁଡ, ଅରୁଣ ସେଠି, ନିରଞ୍ଜନ ଦାନୀ , ଯୀଶୁ ପ୍ରଧାନ, ନବୀନ ହୋତା, ଅଟଳ ପ୍ରଧାନ, ଓମ୍‌ ପ୍ରକାଶ ମିଶ୍ର, ଗୋପାଳ ପୁରୋହିତ, ଡମ୍ବରୁଧର କହଁର, ସଂଗ୍ରାମ ବେହେରା, କାଇଁଚ ପ୍ରଧାନ, ସୁବାସ ପ୍ରଧାନ, ପଦ୍ମାଳୟା ପ୍ରଧାନ, ବ୍ୟୋମକେଶ ମହାପାତ୍ର ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − three =