ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଉଦ୍‌ଯାପିତ ବାଳିକାରେ କଟକ ଓ ବାଳକରେ ଭୁବନେଶ୍ୱର ଚଂପିଆନ

0 52

ବୌଦ୍ଧ,୧/୧୦:- ଦୁଇଦିନ ଧରି ସ୍ଥାନୀୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ କ୍ରୀଡାସଂଗଠନ ଓ ବୌଦ୍ଧ ଜିଲ୍ଲା କ୍ରୀଡା ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଏସଡିପିିଓ କୈଳାସ ସେଠୀ, ସ୍ୱାସ୍ଥ୍ୟ ଓ ଶାରିରୀକ ଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋନଜ ସେଠୀ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୋହା ପ୍ରମୁଖ ଯୋଗ ଦେଇଥିଲେ । ସଭା ଆରମ୍ଭରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉକ୍ରଳ ଜନନୀ ସଙ୍ଗୀତ ଗାନ କରିଥିଲେ । କ୍ରୀଡାଶିକ୍ଷକ ଆଦିନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ଜୀତେନ୍ଦ୍ରିୟ ହୋତା । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୁଜୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ କ୍ରୀଡା ନୀରିକ୍ଷକ ଆନନ୍ଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ୯ଟି ଜିଲ୍ଲା ଯଥା ବୌଦ୍ଧ, ବରଗଡ, ଭଦ୍ରକ, ଭୁବନେଶ୍ୱର, କଟକ, ଗଞ୍ଜାମ, କନ୍ଧମାଳ, କୋରାପୁଟ, ସମ୍ବଲପୁରରୁ ୧୭ ବର୍ଷରୁ କମ୍‌ ୧୮୧ ଜଣ ପ୍ରତିଯୋଗୀ ଏହି କ୍ରୀଡାରେ ଅଂଶଗ୍ରହଣ କରିଥିଲେ । ଆଜି ବାଳିକା ବିଭାଗରେ କଟକ-ଭୁବନେଶ୍ୱର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦/୧୬ ଗୋଲରେ କଟକ ଦଳ ବିଜୟୀ ହୋଇ ଚଂପିଆନ ହୋଇଥିବାବେଳେ ଭୁବନେଶ୍ୱର ଦଳ ରନର୍ସ ଅଫ ହୋଇଛି ।

hiring

ସେହିପରି ବାଳକ ବିଭାଗରେ ଗଞ୍ଜାମ-ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୧/୨୬ ରେ ଭୁବନେଶ୍ୱର ଚଂପିଆନ ହୋଇଥିବାବେଳେ ଗଞ୍ଜାମ ଦଳ ରନର୍ସ ଅଫ ହୋଇଛି । ଉଭୟ ବିଜୟୀ ଦଳକୁ ମୁଖ୍ୟଅତିଥି ଓ ଅତିଥିମାନେ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଆଜିର ଏହି ବାସ୍କେଟବଲ୍‌ ପ୍ରତିଯୋଗିତାକୁ ରେଫରୀ ଭାବେ ଦେବପ୍ରସାଦ ସାହୁ, ଶ୍ରୀଲତା ପାଢୀ, ଶଶିକାନ୍ତ ନାଏକ, ତୃପ୍ତି ମଣ୍ଡଳ, ଗୌରଚାନ୍ଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ବିଜୟୀ ହୋଇଥିବା ଉଭୟ ଚଂପିଆନ ଦଳ ଜାତୀୟ ସ୍ତରରେ କ୍ରୀଡାରେ ଅଂଶଗ୍ରହଣ କରିବେ ବୋଲି ଆୟୋଜକମାନେ ସୂଚନା ଦେଇଥିଲେ । ଆଜିର ଫାଇନାଲ ବାସ୍କେଟବଲ୍‌ ମ୍ୟାଚକୁ ଦେଖିବାପାଇଁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

9 − 3 =