ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

0 565

ବୌଦ୍ଧ,୧୭/୮: ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନ ଘନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ପରୀକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସାହୁ ଅଚାନକ ସହରର ଦୁଇ ପୁରାତନ ଉଚ୍ଚ଼ ବିଦ୍ୟାଳୟ ଯୋଗୀନ୍ଦ୍ରଦେବ ଓ ସରକାରୀ ବାଳିକା ଉଚ୍ଚ଼ ବିଦ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ପ୍ରଥମେ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପରିବେଶ ସଫା ରଖିବାକୁ ନିର୍ଦ୍ଦେଶ ଦେବା ସହିତ ପ୍ରାଚୀର ପ୍ରତ୍ର, ନିୟୁଜ କର୍ଣ୍ଣର, ଆର୍ଟ ଗ୍ୟାଲେରୀ ଅପଡେଟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟର ସ୍ୱଚ୍ଛତା, ଶିକ୍ଷାଦାନ, ଗୁଣାତ୍ମକ ଶିକ୍ଷା, ସୁରକ୍ଷା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆଦି ସଂପର୍କରେ ପଚାରି ବୁଝିଥିଲେ । ପରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଖାତା ଦେଖିବା ସହିତ ଶ୍ରେଣୀକକ୍ଷକୁ ଯାଇ ସ୍ମାର୍ଟ କ୍ଲାସ ରୁମ ବୁଲି ଦେଖିଥିଲେ ।

hiring

ବିଦ୍ୟାଳୟ ପଛପଟେ ଥିବା ଅଳିଆ ଆବର୍ଜନା ସଫା କରିବାପାଇଁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଆର୍ଟ ଗ୍ୟାଲେରୀ, ନିୟୁଜ କର୍ଣ୍ଣର ଅପଡେଟ ରଖିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ସାମଗ୍ରୀ ବର୍ଜନ, ଡଷ୍ଟବିନର ନିୟମିତ ବ୍ୟବହାର, ଶିକ୍ଷକ ଶିକ୍ଷୟତ୍ରୀମାନେ କର୍ମଠ ହେବାପାଇଁ ପରାମର୍ଶ ଦେବା ସହିତ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ଗୁଟଖା ପାନ ଆଦି ନଖାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବରେ ଜିଲ୍ଲାରେ ବିଦ୍ୟାଳୟ ପରିସରକୁ ସାନିଟାଇଜ କରିବା ,ଗୁଣାତ୍ମକ ଶିକ୍ଷା, ଯୋଗ ପ୍ରାଣାୟାମ ଆଦିକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ଜିଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝି, ବ୍ଲକ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − eleven =