ଆଜି ଜିଲ୍ଲାରୁ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

0 414

ବୌଦ୍ଧ,୨/୧- ଆଜି ବୌଦ୍ଧ ସହରରୁ ୨ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଗତ ଦୁଇଦିନ ତଳେ ଏ ଦୁଇଜଣ କରୋନା ପଜିଟିଭ ହୋଇଥିବାବେଳେ ଜିନୋମ୍‌ ସିକ୍ୱେନସିଂ ପାଇଁ ନମୁନା ପଠାଯାଇଥିଲା । ଆଜି ପରୀକ୍ଷା ରିପୋର୍ଟ ଆସିବାପରେ ଏ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ବିଦେଶ ଫେରନ୍ତା ଓ ଅନ୍ୟ ଜଣେ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ବର୍ତ୍ତମାନ ସେମାନେ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିବାବେଳେ ବୌଦ୍ଧ ମେଡିକାଲ ଟିମ୍‌ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ବୌଦ୍ଧରେ ଆଜିର ଓମିକ୍ରନ ରିପୋର୍ଟ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ସମସ୍ତେ ସଚେତନ ଓ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

hiranchal ad1
Leave A Reply

Your email address will not be published.

18 + seventeen =