ତେଲିବନ୍ଧ ହାଇସ୍କୁଲରେ ପିଟିଏ ମିଟିଙ୍ଗ

0 129

ବୌଦ୍ଧ/ଜହ୍ନାପଙ୍କ ,୧୧/୧୨:- ବୌଦ୍ଧବ୍ଲକ ତେଲିବନ୍ଧ ହାଇସ୍କୁଲରେ ଅଭିଭାବକ ଓ ଶିକ୍ଷକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ବେସଲାଇନ ପରୀକ୍ଷଣର ଫଳାଫଳ ଓ କୋଭିଡ ନିୟମ ଉପରେ ବରିଷ୍ଠ ଶିକ୍ଷକ ଅରବିନ୍ଦ ରଥ ଆଲୋଚନା କରିଥିବାବେଳେ ନୂତନ ମୂଲ୍ୟାଙ୍କନ ଉପରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନ ଆଲୋଚନା କରିଥିଲେ । ସିଆରସିସି ରାଜକୁମାର ପ୍ରଧାନ ପିଲାମାନେ କିପରି ଶୃଙ୍ଖଳାର ସହିତ ଶ୍ରେଣୀ ଶିକ୍ଷଣରେ ଅଂଶଗ୍ରହଣ କରିବେ, ମାକ୍ସ ଲଗାଇ ବିଦ୍ୟାଳୟକୁ ଆସିବେ, ଦିଆଯାଇଥିବା ପାଠକୁ ଘରେ ଅଭ୍ୟାସ କରିବେ, ଶୌଚାଳୟର ଉପଯୁକ୍ତ ବ୍ୟବହାର କରିବେ ଓ ବିଦ୍ୟାଳୟ ଜମି କିପରି ବିଦ୍ୟାଳୟ ନାମରେ କରାଯିବ ଆଦି ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକ ନିରଞ୍ଜନ ମେହେର ଓ ନିର୍ମଳା ନାୟକ ନିଜ ନିଜ ଶ୍ରେଣୀ ଶିକ୍ଷଣ ଉପରେ ବକ୍ତବ୍ୟ ଦେଇଥିଲେ । ଛାତ୍ର ଅଭିଭାବକ ଶମ୍ଭୁ ପରିଡା, ସୁଜାତା ପ୍ରଧାନ, ସନ୍ତୋଷିନୀ ବେଜି, ଉପେନ୍ଦ୍ର ସେଠୀ ଓ ଶେଷଦେବ ପ୍ରଧାନ ପ୍ରମୁଖ ନିଜ ନିଜ ପିଲାମାନଙ୍କ ଶିକ୍ଷଣ ଅଭ୍ୟାସ ଓ ଅଭିବୃଦ୍ଧି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଅଶୋକ କୁମାର ପ୍ରଧାନ ୫ଟି ସମ୍ପର୍କରେ ଆଲୋଚନା କରି ଧନ୍ୟବାଦ ଦେଇଥିଲେ । ଏସଏମସି ସଭାପତି ପ୍ରଦୀପ କୁମାର ପ୍ରଧାନ, ଶିକ୍ଷକ ଶମ୍ଭୁ ଗିରି, ସୁବାସ ଚନ୍ଦ୍ର ପ୍ରଧାନ, ରଶ୍ମିତା ସାହୁ, ଗାୟତ୍ରୀ ବେହେରା, ସଞ୍ଜୁବାଳା ମାହାର, ଆରତୀ ମିଶ୍ର, ସୌରଭ ପ୍ରଧାନ, ସୁଦାମ ଶେଖର ସାହୁ, ତରଙ୍ଗିଣୀ ବେହେରା ପ୍ରମୁଖଙ୍କ ସହିତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten − nine =