ହରଭଙ୍ଗା ବ୍ଲକରେ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର

0 109

ବୌଦ୍ଧ,୨୯/୩ – ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଏବଂ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ, ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବିଡିଓ ସ୍ମିତା ରଥ, ୭ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ଏମଜିଏନଆରଇଜିଏର ସଂଯୋଜକ ସତ୍ୟଜିତ ସେନାପତି, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର, ଜନଶୁଣାଣୀ କମିଟିର ସଦସ୍ୟବୃନ୍ଦ ଗ୍ରାମ୍ୟ ସମ୍ବଳ କର୍ମୀ, ପିଇଓ, ଜିଆରଏସ ଏବଂ ୨୨ଟି ପଞ୍ଚାୟତର ହିତାଧିକାରୀମାନେ ଉପସ୍ଥିତ ଥିଲେ । ସାମାଜିକ ସମୀକ୍ଷାରେ ଅଭିଯୋଗ ହୋଇଥିବା ସମସ୍ୟାଗୁଡିକ ଜିଲ୍ଲା ସାମାଜିକ ସମୀକ୍ଷକ ଉପସ୍ଥାପନା କରିଥିଲେ । ମୁଖ୍ୟତଃ ନଥିପତ୍ରରେ ଅନିୟମିତତା, ନାଗରିକ ସୁଚନା ଫଳକ କାର୍ଯ୍ୟକ୍ଷେତ୍ରରେ ନଲାଗିବା, ଶ୍ରମିକମାନେ ମଜୁରୀ ନପାଇବା, ବନବିଭାଗର ନର୍ସରୀ ରେଜିଷ୍ଟର ଅଧୁନାତନ ନହେବା ଇତ୍ୟାଦି ସମସ୍ୟାମାନ ଦେଖାଦେଇଥିଲା । ସାମାଜିକ ସମୀକ୍ଷାରେ ଦୃଷ୍ଟିଗୋଚର ହୋଇଥିବା ସମସ୍ୟାଗୁଡିକ ବିଷୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ୨୦ ଦିନ ମଧ୍ୟରେ ସଂପାଦନ କରିବାପାଇଁ ଆଦେଶ ଦେଇଥିଲେ । ଶେଷରେ ଏପିଓ ହେମନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 4 =