ବୌଦ୍ଧ,୨୪/୧୨- ବୌଦ୍ଧଜିଲ୍ଲା ମଥୁରା ପଂଚାୟତ ଅନ୍ତର୍ଗତ ବୃନ୍ଦାବନ ଗ୍ରାମରେ ଅବସ୍ଥିତ ନିରୀକ୍ଷଣ ଗୃହ ଓ ସ୍ତ୍ରତନ୍ତ୍ର ଗୃହର ପ୍ରଥମ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଶ୍ରୀୟୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଯୋଗଦେଇ ଶିଶୁଯତ୍ନ ଅନୁଷ୍ଠାନରେ ଆଇନ ସହିତ ଦ୍ୱନ୍ଦ୍ୱରେ ଥିବା ଶିଶୁ ମାନେ ସୁରକ୍ଷିତ ରହିବା ସଙ୍ଗେସଙ୍ଗେ ଶିକ୍ଷା ଓ ଧନ୍ଦାମୁଳକ ଶିକ୍ଷା ପାଇପାରିବେ ବୋଲି ମତପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଗୃହ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଅନୁଷ୍ଠାନର ସମସ୍ତ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ରାଉତ, ପ୍ରକଲ୍ପ ନିର୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବୌଦ୍ଧ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାୟକ,ଓ ଏ.ଡି.ଏମ.ଓ ଡଃ କିଶୋର ଚନ୍ଦ୍ର ପଟ୍ଟନାୟକ, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ଏସଇ ଆର ଏଣ୍ଡ ବି ପି.କେ ଦାଶ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପରିଚାଲନା କରିଥିଲେ ଓ ଲିଗାଲ କମ୍ ପ୍ରୋବସନ ଅଧିକାରୀ ସମରେସନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।