ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ୱନାଥ ମିଶ୍ରଙ୍କୁ ସମ୍ମାନିତ

0 109

ବୌଦ୍ଧ,୨୧/୨- ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ବିଶ୍ୱନାଥ ମିଶ୍ର ଡାକ ଟିକଟ ସଂଗ୍ରହ କ୍ଷେତ୍ରରେ ଅନ୍ତଃରାଷ୍ଟ୍ରୀୟ ସମ୍ମାନର ଅଧିକାରୀ ହୋଇ ବୌଦ୍ଧଜିଲ୍ଲାର ଗୌରବ ବଢ଼ାଇ ପାରିଛନ୍ତି । ତାଙ୍କୁ ଆଜି ଜଗନ୍ନାଥ ମନ୍ଦିରରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ମାନିତ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ୱହିନ୍ଦୁ ପରିଷଦର ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ, ଓଡିଶା ପଶ୍ଚିମ, ସନ୍ଥ ଶ୍ରୀ ସୁଦର୍ଶନ ଦାଶ ମହୋଦୟ ଯୋଗଦେଇ ଆଜିର କଳୁଷିତ ସମାଜରେ ବ୍ରାହ୍ମଣ ସମାଜର କର୍ତ୍ତବ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସଭାପତି ଗୁରୁପ୍ରସାଦ ଦାଶ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ଦେବାଶିଷ ପୁରୋହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମସ୍ତ ବ୍ରାହ୍ମଣ ସମାଜର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × five =