ବୌଦ୍ଧଜିଲ୍ଲା ମହିଳା କଂଗ୍ରେସର ବିକ୍ଷୋଭ

0 93

ବୌଦ୍ଧ,୨୧/୧୦- ବୌଦ୍ଧ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳଙ୍କ ନେତୃତ୍ୱରେ ମହିଳାମାନେ ଏକତ୍ରିତହୋଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗୀରର ଝିଅ ତଥା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ଜଘନ୍ୟ ହତ୍ୟାକୁ ପ୍ରତିବାଦ ଏବଂ ରାଜ୍ୟ ସରକାରଙ୍କ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତିକୁ ଦର୍ଶାଇ ବିଭିନ୍ନ ନାରାବାଜି କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତୁରନ୍ତ ରାଜ୍ୟ ସରକାର ମନ୍ତ୍ରୀପଦରୁ ବାହାର କରନ୍ତୁ । ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝାରୀ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ସନ ସାଇନ କଲେଜକୁ ବିଭିନ୍ନ ସମୟରେ ଗସ୍ତ କରିବା ସହ ରାତ୍ରିଯାପନ କରିବା ସନ୍ଦେହ ପ୍ରକାଶ ପାଉଛି । ତେଣୁ ସି ବି ଆଇ ତଦନ୍ତ କରିବାକୁ ବୌଦ୍ଧ ମହିଳା କଂଗ୍ରେସ ଦାବୀ ଉପସ୍ଥାପନା କରିଛି । ଏକ ଘରୋଇ କଲେଜକୁ କିପରି ଏବଂ କେଉଁ ସ୍ୱାର୍ଥରେ କୁଢ଼ କୁଢ଼ ସରକାରୀ ଅନୁଦାନ ପ୍ରଦାନ କରାଯାଇଛି ଏହାର ମଧ୍ୟ ସି ବି ଆଇ ତତନ୍ତ କରିବାକୁ ମହିଳା କଂଗ୍ରେସ ତାହାର ଦାବିରେ ଉପସ୍ଥାପନା କରିଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ଉପ ସଭାପତି ସମରେଶ ମିଶ୍ର, ଅର୍ଜୁନ ମହାନନ୍ଦିଆ, ପଙ୍କଜ କର୍ଣ୍ଣ,ରୋହିତାଶ୍ୱ ବେହେରା, ପ୍ରଦୀପ ଦାସ, ତାରିଣୀ ଜେନା ପ୍ରମୁଖ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 + 1 =