ବୌଦ୍ଧ: ଅଲ୍‌ଓଡିଶା ଟେଣ୍ଟ ମାଲିକ ସଂଘର ବୈଠକ

0 334

ବୌଦ୍ଧ,୨୭/୧୦- ଆଜି ସ୍ଥାନୀୟ ଟାଉନହଲଠାରେ ଅଲଓଡିଶା ଟେଣ୍ଟ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ମହାମାରୀ ଯୋଗୁଁ ସଂପୂର୍ଣ୍ଣ ଉଜୁଡି ପଡିଥିବା ଟେଣ୍ଟ ବ୍ୟବସାୟ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ସଂଘର ଅଧ୍ୟକ୍ଷ ଅଟଳ ବିହାରୀ ଜେନାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଏହି ବୈଠକରେ କୋଭିଡ ପାଇଁ କଟକଣା ଥିବା ବିବାହ, ବ୍ରତ ଏବଂ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟପାଇଁ ସର୍ବାଧିକ ହଜାରେ ଜଣ ଲୋକଙ୍କୁ ଅନୁମତି ପ୍ରଦାନ ନିମନ୍ତେ ସରକାରଙ୍କୁ ଦାବି କରିବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି କମ୍‌ ସୁଧରେ ଟେଣ୍ଟ ମାଲିକ ମାନଙ୍କୁ ଋଣ ଦେଇ ସେମାନଙ୍କର ଉଜୁଡି ଯାଇଥିବା ବ୍ୟବସାୟର ପୁନଃରୁଦ୍ଧାର ପାଇଁ ମଧ୍ୟ ସରକାର ଦୃଷ୍ଟି ଦେବାକୁ ଏହି ବୈଠକରେ ମତପ୍ରକାଶ ପାଇଥିଲା । ଏହି ବୈଠକରେ ସଂଘର ସାଧାରଣ ସଂପାଦକ ନିରଞ୍ଜନ ସାହୁ, କୋଷାଧ୍ୟକ୍ଷ ଜୟନାରାୟଣ ସିଂ, ଉପସଭାପତି ରାମଦାସ ମେହେର, ୟୁଥ ସଂପାଦକ ଗୁରୁଚରଣ ଦାସ, ସଂଘର ସ୍ୱତନ୍ତ୍ର ଅତିଥି ତଥା ଉପଦେଷ୍ଟା ଶଙ୍କର ସାହୁ, କାର୍ଯ୍ୟକାରୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ରଥଶର୍ମା ଏବଂ ଅଶୋକ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବୌଦ୍ଧଜିଲ୍ଲା ଟେଣ୍ଟ ମାଲିକ ସଂଘ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − 3 =