ବୌଦ୍ଧ,୩/୧- ଭାରତୀୟ ଜନତାପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ୭ ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ବୌଦ୍ଧଙ୍କୁ ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈ ଗୌରିଆଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ରାଜ୍ୟରେ ଓବିସି ସଂଖ୍ୟା ୫୪% ରୁ ଉର୍ଦ୍ଧ୍ୱ ଥିବା ସତ୍ତ୍ୱେ ସେମାନଙ୍କ ପାଇଁ ସରଂକ୍ଷଣ ଆଗାମୀ ନିର୍ବାଚନରେ ରଖାଯାଇନାହିଁ ଯାହାକି ପୂର୍ବରୁ ୨୭ % ସରଂକ୍ଷଣ ଆଧାରରେ ନିର୍ବାଚନ ପୂର୍ବରୁ ଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନରେ ସରଂକ୍ଷଣକୁ ନେଇ ରାଜ୍ୟ ସରକାରଙ୍କ ଓବିସ ବର୍ଗ ପ୍ରତି ବୈମାତୃକ ମନୋଭାବକୁ ଦୃଢ଼ ପ୍ରତିବାଦ କରାଯାଇଥିଲା । ମାନ୍ୟବର ଓଡିଶା ସରକାର ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶକୁ ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି ଯଦିଓ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଓ କେନ୍ଦ୍ର ସରକାର ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିବା ସତ୍ତେ୍ୱ । ଓଡିଶା ସରକାରଙ୍କ ଉଦାସୀନତା ପାଇଁ ଓବିସି ବର୍ଗ ମୌଳିକ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଏହାକୁ ଦୃଢ ନିନ୍ଦା କରାଯାଇଥିଲା ଓ ଆଗାମୀ ଦିନରେ ସରକାର ଉଚିତ୍ ପଦକ୍ଷେପ ନେବାକୁପଡ଼ିବ ନହେଲେ ଜୋରଦାର ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହିତ ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ସୁଶାନ୍ତ କୁମାର ପ୍ରଧାନ , ସୁବାସ ପ୍ରଧାନ, ସୁଶାନ୍ତ ବାଘ , ରବିନ୍ଦ୍ର ପ୍ରଧାନ, ଅଟଳ ପ୍ରଧାନ, କୁନା ମହାର, ଶେଷ ଛାନ୍ଦ, ଶମ୍ଭୁ ପ୍ରଧାନ, ଜୟଦେବ କର୍ଣ୍ଣ, ଯୀଶୁ ପ୍ରଧାନ ,ଶମ୍ଭୁ ଗାଇଗୌରିଆ, ତାପସ କୁମାର ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ, ମାଗୁଣି ଗାଈଗୌରୀଆ, ବିକାଶ ମହାକୁଡ, ସୂର୍ଯ୍ୟନାରାୟଣ ମହାପାତ୍ର, ନମିତାରାଣୀ ଦାସଙ୍କ ସହ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।