ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

0 250

ବୌଦ୍ଧ,୧୫/୪: ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ଡଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୧ ତମ ଜନ୍ମଜୟନ୍ତି ପାଳିତ ହୋଇଯାଇଛି । କୋର୍ଟଛକ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ସମ୍ମାନିତ ଅତିଥିଭାବେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରୀତାରଣୀ ବଳିଆରସିଂହ, ପରିଷଦର ଜିଲ୍ଲା ସଭାପତି ପ୍ରଦୀପ କୁମାର ମହାନନ୍ଦ ଏବଂ ବରିଷ୍ଠ ସମାଜ ସେବୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତାପରେ ବୌଦ୍ଧ ସହର ସ୍ଥିତ ବାପୁଜୀନଗର ଠାରେ ଏକ ଜନ୍ମଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ଶେଷରେ ବୌଦ୍ଧ ସହରସ୍ଥିତ ପଲ୍ଲୀ ବିକାଶ ପରିଷଦ କାର୍ଯ୍ୟାଳୟ ବୁଟୁପାଲି ଠାରେ ପରିଷଦର ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଏବଂ କବିମାନଙ୍କୁ ନେଇ କବିତା ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବ କବି ତଥା ଶୀକ୍ଷାବିତ ନବକିଶୋର ଦୀପ, ପରିଷଦର ସଭାପତି ତଥା ସମାଜସେବୀ ପ୍ରଦୀପ କୁମାର ମହାନନ୍ଦ, ବ୍ୟଙ୍ଗ କବି ଚିତ୍ତରଞ୍ଜନ ବେହେରା, ଅନ୍ୟତମ ଆଶୁକବି ଟିକ ବେହେରା, କବିବର ତଥା ଯୁବ କବି ରୋହିତ କୁମାର ଦୀପ, ଗିତିକାର ତଥା ଆଶୁକବି ସୁଜ୍ଞାନ ବାଘ, ଅନ୍ୟତମ କବି ଗୌର ଚରଣ ନାୟକ, କୋଷାଧ୍ୟକ୍ଷ ଫଗୁ ରଣବିଡା, ଉପ ସଭାପତି ତଥା ସମାଜସେବୀ ଅଲେଖ ବେହେରା ଏକ ସୁନ୍ଦର ଗୀତ ଗାନ କରିଥିଲେ । ଉପଦେଷ୍ଟା ନବକିଶୋର ଦୀପ ସଭାରେ ସଂଯୋଜନା କରିଥିଲେ ଏବଂ ଶିକ୍ଷାବିତ ତଥା ପରିଷଦର ବରିଷ୍ଠ ସଦସ୍ୟ ତଥା ମାର୍ଗଦର୍ଶକ କ୍ଷେତ୍ରବାସୀ ଭୋଇ, ପରିଷଦର ଉପ ସଭାପତି ଭୀମସେନ କହଁର, ମାର୍କଣ୍ଡ କଲତା, ବୈଦନାଥ ମହାନନ୍ଦିଆ, ସଂପାଦକ ରାଜେନ୍ଦ୍ର ବେହେରା, ସାଧାରଣ ସଂପାଦକ ନବୀନ କୁମାର ଭଏନା, କାର୍ଯ୍ୟକ୍ରମ ସଂଯୋଜକ ସଂପାଦକ ସଞ୍ଜିତ କୁମାର ଜେନା, ଅନାଦୀ ବେହେରା, ନରେନ୍ଦ୍ର ଦୀପ, ସୁଜ୍ଞାନ ବାଘ, ପ୍ରଫୁଲ୍ଲ କୁମାର ଦୀପ, ସୁରେଶ ଚନ୍ଦ୍ର ରାଜହଂସ, ମେଘୁ ମହାନନ୍ଦିଆ, ରାଜେନ୍ଦ୍ର ବେହେରା, କମଳ ଲୋଚନ ନାଏକ, କୃପାସିନ୍ଧୁ ବେହେରା, ଅମଳ ବେହେରା, ରୋହିତ କୁମାର ଦୀପ, ଅର୍ଜୁନ ବେହେରା, ପ୍ରମୋଦ ମଲ୍ଲିକ, ନରେନ୍ଦ୍ର ହାତୀ, କ୍ଷେତ୍ରମୋହନ ମହାନନ୍ଦିଆ, ସୁମନ୍ତ ଭଏନା, ସୁନିଲ ତାଣ୍ଡିଆ, କୁମାର ରଣବିଡାଙ୍କ ସହ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen − 3 =