ବୌଦ୍ଧ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ୭୩ଟି ପ୍ରକଳ୍ପ ପ୍ରଦର୍ଶିତ

0 81

ବୌଦ୍ଧ,୪/୪:- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୌଦ୍ଧ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ରହିଛି । ପ୍ରକଳ୍ପ ଦ୍ୱାରା ବିଜ୍ଞାନର ପ୍ରତି ବିଷୟ ବୋଧଗମ୍ୟ ହୋଇଥାଏ ତେଣୁ ପ୍ରତି ପିଲା ଅଧିକରୁ ଅଧିକ ପ୍ରକଳ୍ପ କରିବାକୁ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଓ ଅଖିଳ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିବାବେଳେ ବିଚାରକ ଭାବରେ ବାମଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓମପ୍ରକାଶ ପ୍ରଧାନ ଓ ସାଂପୋଚ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନ ଉପସ୍ଥିତ ରହି ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବ୍ଲକର ୪୧ଟି ବିଦ୍ୟାଳୟରୁ ୭୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବରିଷ୍ଠ ଶିକ୍ଷକ ସତ୍ୟନାରୟଣ ଦେହୁରୀ, ପଦ୍ମଜା ପତି, ସତ୍ୟନାରୟଣ ସ୍ୱାଇଁ, ପଦ୍ମନାଭ ସୁବୁଦ୍ଧି, ପ୍ରଦୀପ କୁମାର ମହାନ୍ତି , ସି ଆର ସି ସି ରାଜକୁମାର ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ, ପୂର୍ଣଚନ୍ଦ୍ର କରଡିଆ, ଅନାଦି ଚରଣ ବେହେରା, ନିରଞ୍ଜନ ମେହେର, ସନ୍ତୋଷ କୁମାର ଶତପଥୀ ପ୍ରମୁଖ ସହଯୋଗ କରଥିଲେ । ବ୍ଲକର ୧୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ଗାଇଡ ଶିକ୍ଷକ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ପ୍ରଦର୍ଶନୀର ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ ।

hiranchal ad1
Leave A Reply

Your email address will not be published.

15 − 2 =