ବୌଦ୍ଧ,୫/୧୦: ଆଜି ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମୃଷୁଣ୍ଢି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମୁକ୍ତ ଆଇନସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ୟାନେଲ ଲୟର ମନୋଜ କୁମାର ମହାରଣା ଏବଂ ମୃଷୁଣ୍ଢି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦାମ ପ୍ରଧାନ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମୁକ୍ତ ଆଇନସେବା ବିଷୟରେ ଲୋକଙ୍କୁ ଅବଗତ କରାଯିବାସହ ଲୋକ ଅଦାଲତରେ ଭାଗନେଇ ବିଭିନ୍ନ ଘରୋଇ କଳହ, ସ୍ୱାମୀ ସ୍ତ୍ରୀ କଳହ, ଜମିବାଡି କଳହ ଭଳି ପ୍ରାକ ମକଦ୍ଦମାର ସମାଧାନ କରିବା ତଥା ସମୟ ଓ ଅର୍ଥ ଅପଚୟରୁ ବଞ୍ଚିବାପାଇଁ ସଚେତନ କରାଯାଇଥିଲା । ଏଠାରେ ଆଖପାଖ ପଞ୍ଚାୟତର ଅନେକ ଲୋକ ସାମିଲ ହୋଇଥିଲେ ।