ତେଲିବନ୍ଧ ପଞ୍ଚାୟତରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ଗଠିତ

0 211

ବୌଦ୍ଧ,୧୬/୧୦:- ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତର ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟିର ଏକ ବୈଠକ ଆଜି ସରପଞ୍ଚ ନଳିନୀ ପଲିଆଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ରାଜକୁମାର ପ୍ରଧାନ ପଞ୍ଚାୟତ ସ୍ତରରେ ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟିର ଗଠନ ଓ ତାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ପରେ ଉକ୍ତ କମିଟି ଗଠନ କରାଯାଇଥିଲା । ଅଧ୍ୟକ୍ଷ ଭାବରେ ସରପଞ୍ଚ ନଳିନୀ ପଲିଆ, ଉପାଧ୍ୟକ୍ଷ ନାଏବ ସରପଞ୍ଚ ଧନଞ୍ଜୟ ପ୍ରଧାନ, ସହ ଅଧ୍ୟକ୍ଷ ଭାବରେ ସମିତି ସଭ୍ୟ ଅମୃତି ମେହେର, ସଦସ୍ୟ ଆବାହକ ପଞ୍ଚଯାତ କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କଜିନୀ ତାଣ୍ଡି, ଏନ ଜି ଓ ସଦସ୍ୟ ହରିହର ପ୍ରଧାନ, ସ୍ୱାସ୍ଥ୍ୟ ବିଭାଗର ମଞ୍ଜୁଲତା ଦେହୁରୀ, ଅଙ୍ଗନ ୱାଡି ସଦସ୍ୟ ମିନାକ୍ଷୀ ମହାକୁଳ, ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ପ୍ରଧାନ ବିଦ୍ୟାଳୟ ଥିବା ୱାର୍ଡ ମାନଙ୍କ ୱାର୍ଡ ସଭ୍ୟ,ସମସ୍ତ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ କମିଟି ସଭାପତିଙ୍କୁ ଉକ୍ତ ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା । ସି ଆର ସି ସି ରାଜକୁମାର ପ୍ରଧାନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସମନ୍ୱୟରକ୍ଷା କରି ସଂଯୋଜନା କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା । ଅଧ୍ୟକ୍ଷ ଶ୍ରୀମତୀ ପଲିଆ ଆସନ୍ତା ୨୭/୧୦/୨୧ରିଖ ମଧ୍ୟରେ ଯେପରି ପଞ୍ଚାୟତର ସମସ୍ତ ବିଦ୍ୟାଳୟରେ ପିତା ମାତା ଶିକ୍ଷକ ବୈଠକ ମାଧ୍ୟମରେ ଷ୍ଟାଣ୍ଡିଙ୍ଗ କମିଟିର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ପରିଚାଳନା କମିଟି ଗଠନ କରାଯିବ ଓ ସମସ୍ତେ ବିଦ୍ୟାଳୟ ଶିକ୍ଷାପ୍ରତି ସହଯୋଗ କରିବେ ବୋଲି ବକ୍ତବ୍ୟ ରଖିଥିଲେ । ଆନନ୍ଦପୁର ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ଘିବେଲା ଧନ୍ୟବାଦ ଦେଇଥିଲେ । ପଞ୍ଚାୟତର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ୱାର୍ଡ ସଭ୍ୟ ଓ ଉପରୋକ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen − 8 =