ମୁଣ୍ଡାପଡ଼ାରେ ଛେଳି କୃତ୍ରିମ ପ୍ରଜନନ ସମ୍ବନ୍ଧୀୟ କୃଷକ ସଚେତନତା ଶିବିର

0 99

ବୌଦ୍ଧ/ଜହ୍ନ ।ପଙ୍କ,୪/୧୨ :ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡ଼ା ପଂଚାୟତ କାର୍ଯ୍ୟାଳୟ ପରିସରରେ ଛେଳି କୃତ୍ରିମ ପ୍ରଜନନ ସମ୍ବନ୍ଧୀୟ ଏକ କୃଷକ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉପ ନିର୍ଦ୍ଦେଶକ ଡା ହୃଷିକେଶ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଫୁଲ୍ଲ କୁମାର ନାୟକ ମୁଖ୍ୟଅତିଥି, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ (ରୋଗ ନିୟନ୍ତ୍ରଣ) ଡା ପ୍ରଭାସ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ( ପ୍ରାଣୀ ପାଳନ) ଡା ନିରୋଦ ଚନ୍ଦ୍ର କଂହର ଓ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଏହି ନୁଆ ଯୋଜନା ଛେଳି କୃତ୍ରିମ ପ୍ରଜନନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଚାଷୀ ମାନେ ଏହ । ଦ୍ୱାରା କିପରି ଉପକୃତ ହୋଇ ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିର ରେ ମୁଣ୍ଡାପଡ଼ା,ବ୍ରାହ୍ମଣୀପାଲି, ପଦ୍ମନପୁର,ତେଲିବନ୍ଧ,ଲକ୍ଷ୍ମୀପ୍ରସାଦ, ମୁଣ୍ଡିପଦର, ତାଳସରଡା ଆଦି ୭ ଗୋଟି ପଂଚାୟତରୁ ପ୍ରାୟ ୨୦୦ ଜଣ ଛେଳି ମେଣ୍ଢା ପାଳନ କରୁଥିବା ଚାଷୀ ଯୋଗ ଦେଇଥିଲେ । ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡା ପ୍ରିୟବ୍ରତ ବେହେରା ଶିବିର ପରିଚାଳନା କରିଥିବାବେଳେ ମୁଣ୍ଡାପଡା ପ୍ରାଣୀଧନ ନିରୀକ୍ଷକ ସୌଭାଗ୍ୟ ପ୍ରଧାନ, ପ୍ରାଣୀଧନ ନିରୀକ୍ଷକ ସାହାଜପାଲ ରଂଜନ ବାଘ, ପ୍ରାଣୀଧନ ନିରୀକ୍ଷକ ନାରାୟଣ ନଗର ସୂର୍ଯ୍ୟକାନ୍ତ ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − 1 =