ମହନ୍ତ ତ୍ୟାଗୀ ଗିରିବର ଦାସଙ୍କ ଶେଷକୃତ୍ୟ ସଂପନ୍ନ

0 260

ବୌଦ୍ଧ,୨୧/୧୨- ବୌଦ୍ଧ ସଦର ବ୍ଲକ ତାଳସରଡ଼ା ପଂଚାୟତ ଡମ୍ବରୁଗଡ଼ ମଠର ମହନ୍ତ ତ୍ୟାଗୀ ଗିରିବର ଦାସ ଆଜି ଭୋର ସମୟରେ ମୋକ୍ଷ ପ୍ରାପ୍ତି ହୋଇଥିଲେ । ମହାନଦୀ ଘାଟରେ ସାଧୁ ସମାଜ ରୀତିନୀତି ପ୍ରକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଏଥିରେ ଶତାଧିକ ସାଧୁସନ୍ଥ, ଭକ୍ତ ଶିଷ୍ୟମାନଙ୍କ ସମାଗମ ହୋଇଥିଲେ । ସିଦ୍ଧ ମଠ ପରିଚାଳନା କମିଟିର ସଭାପତି ପୟଧର ମହାକୁଡ଼, ଉପ ସଭାପତି ବବି ରଥ, ଦାମୋଦର ସାହୁ, ଚେତ୍ତାରାମ ପଟ୍ଟନାୟକ, ସଭ୍ୟ ଶମ୍ଭୁ ଗିରି, ବିଶିକେସନ ପ୍ରଧାନ, କୃତ୍ତିବାସ ପଲିଆ, ଦାଶରଥି ମହାକୁଡ଼ଙ୍କ ସମେତ ପୁରୀ ମଠ ମହନ୍ତ ବଂଶୀଧର ଦାସ, ସମ୍ବଲପୁର ମଠ ଶ୍ରୀ ହୃଷିକେଶ ଦାସ ମହାରାଜ, କଣ୍ଟାବାଞ୍ଜି ମଠର ମହନ୍ତ, ବେଲପଡା ମଠ ମହନ୍ତ, ଧମା ମଠର ମହନ୍ତ, ରାଣୀ ମଠ ମହନ୍ତଙ୍କ ଉପସ୍ଥିତିରେ ଶିଷ୍ୟ ସିୟାରାମ ଦାସ, ସର୍ବେଶ୍ୱର ଦାସ, ନରସିଂହ ଦାସ, ସେବକ ଦାସଙ୍କ ଦ୍ୱାରା ଶେଷକୃତ୍ୟ ସମ୍ପନ୍ନ ହେଲା । ଆସନ୍ତା ଜାନୁୟାରୀ ୨ ତାରିଖରେ ଶ୍ରଦ୍ଧା ମହୋତ୍ସବ ଆୟୋଜିତ କରିବାକୁ ସୀତାରାମ ପରିବାର ତରଫରୁ ନିଷ୍ପତ୍ତି ହୋଇଥିଲା । ସନ୍ଧ୍ୟାରେ ପରିଚାଳନା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମହୋତ୍ସବ ପ୍ରସ୍ତୁତି ଓ ମଠ ପରିଚାଳନା ନିମନ୍ତେ ଆଲୋଚନା ହୋଇଥିଲା ।

hiranchal ad1
Leave A Reply

Your email address will not be published.

one × 4 =