ହରଭଙ୍ଗା ବ୍ଳକରେ କଳାକାର ଭତ୍ତା ପାଇଁ ସାମର୍ଥ୍ୟ ପରୀକ୍ଷା

0 120

ବୌଦ୍ଧ,୧୮/୧୨ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଶନିବାର ଦିନ ବୌଦ୍ଧ ଜିଲା ହରଭଙ୍ଗା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ବ୍ଳକର ୧୫୪ ଜଣ ଆବେଦନ କରିଥିବା ବେଳେ ଭାଗ ନେବା ପାଇଁ ୧୨୨ କଳାକାର ଉପସ୍ଥିତ ଥିଲେ । ଏହି ଚୟନ ପ୍ରକ୍ରିୟାରେ ହରଭଙ୍ଗା ବିଡିଓ ସ୍ମିତା ରଥ, ଜିଲ୍ଲାସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ ଅତିଥି ଭାବରେ ଯୋଗଦେଇଥିବାବେଳେ ବିଚାରକ ଭାବରେ ନାଟ୍ୟ ନିର୍ଦ୍ଦେଶକ ଦେବାଙ୍ଗନ ମେହେର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ସହଯୋଗ କରିଥିଲେ ।

hiring

ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧିନ ପ୍ରଧାନ , ବାଂଛାନିଧି ପ୍ରଧାନ, ବ୍ଳକ ସମାଜିକ ସୁରକ୍ଷା ଅଧିକାରୀ ସୁନିଲ ମହାନ୍ତି , ସେକସନ ଅଫିସର ବିଜୟ ପାଢୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଡିଓ ସ୍ମିତା ରଥ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଚୟନ ପ୍ରକିୟା ଦ୍ୱାରା ଉପଯୁକ୍ତ କଳାକାର ମନୋନୟନ ହୋଇପାରିବେ ବୋଲି ପ୍ରକାଶ କରିଥଲେ ।

hiranchal ad1
Leave A Reply

Your email address will not be published.

1 × 3 =