ମର୍ଜାକୁଦରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

0 116

ବୌଦ୍ଧ,୮/୪- ବୌଦ୍ଧଜିଲ୍ଲାର ଏକ ଅପହଞ୍ଚ ଅଞ୍ଚଳ ମର୍ଜାକୁଦ ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନନ ପ୍ଲାନ ଇଣ୍ଡିଆର ମିଳିତ ସହଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ଲାନ ଇଣ୍ଡିଆ ତରଫରୁ ୨ଦିନ ଧରି ଟିକାକରଣ ସଚେତନତା ରଥର ଗ୍ରାମରେ ବୁଲାଯାଇଥିଲା । ଟିକା ନେଇନଥିବା ଲୋକଙ୍କୁ ସଚେତନ କରାଯାଇ ସ୍କୁଲ ପିଲାମାନଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା । ସର୍ବମୋଟ ୪୦୦ ଜଣଙ୍କୁ ଟିକାକରଣ କରାଯାଇଥିଲା । ଯେଉଁ ଲୋକମାନେ ଟିକା କେନ୍ଦ୍ରକୁ ଆସିପାରିନାହାନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଥିଲା ।

hiring

ଜିଲ୍ଲା ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ସିଡିଏମଓ ଡା. ଅଭୟ କୁମାର ଦାଶ, ଏଡିିପିଏଚଓ ଡ. ହେମ୍ବ୍ରମ, ଡା. ବିଜୟ ସାହୁ ଯୋଗଦେଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପଦେଶ ଦେଇଥିଲେ । ପ୍ଲାନ ଇଣ୍ଡିଆର ରାଜ୍ୟ ସଂଯୋଜକ ସଞ୍ଜିବ ବେହେରା ଏବଂ ଜିଲ୍ଲା ସଂଯୋଜକ ସଞ୍ଜିତ ପଟ୍ଟନାୟକ, ବ୍ଲକ ପ୍ରୋଗ୍ରାମ ଅଫିସର ଯୋଗଦେଇ ପ୍ଲାନ ଇଣ୍ଡିଆର ସମସ୍ତ ଟିକା ମିତ୍ର, ଆଶାକର୍ମୀ, ଅଙ୍ଗନୱାଡି ଦିିଦିମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

4 − three =