ନବ ନିର୍ବାଚିତ ବ୍ଲକ ଓ ଏନଏସି ଅଧ୍ୟକ୍ଷଙ୍କୁ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

0 294

ବୌଦ୍ଧ,୨୯/୩ – ବୌଦ୍ଧଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଏବଂ ବୌଦ୍ଧଗଡ ଏନ.ଏ.ସିର ନୂତନ ଅଧ୍ୟକ୍ଷଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ନବ ନିର୍ବାଚିତ ବୌଦ୍ଧବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କୁ ତାଙ୍କ କାର୍ଯ୍ୟ ।ଳୟ ପରିସରରେ ସ୍ୱାଗତ କରାଯାଇ ବୌଦ୍ଧ ବ୍ଲକର ବିଭିନ୍ନ ବିଦ୍ୟାଳୟର ବିଭିନ୍ନ ସମସ୍ୟା ,ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରଯାଇଥିଲା । ଶିକ୍ଷା ବିଭାଗର ଅଧିକାରୀ ଓ ଶିକ୍ଷକ ପ୍ରତିନିଧିମାନଙ୍କ ସହ ଆଲୋଚନାକରି ସମସ୍ୟା ଗୁଡିକର ଆଶୁ ସମାଧାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ରଥ ମତ ପ୍ରକାଶ କରିଥିଲେ । ଠିକ ସେହିପରି ବୌଦ୍ଧଗଡ ଏନ.ଏ.ସିର ନୂତନ ନବ ନିର୍ବାଚିତ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ତାଙ୍କ ବାସଭବନରେ ଭେଟି ଶିକ୍ଷକ ସଂଘ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ଦିଆଯାଇ ସ୍ୱାଗତ କରଯାଇଥିଲା । ସହରରେ ଥିବା ବିଭିନ୍ନ ବିଦ୍ୟାଳୟର ସମସ୍ୟା ତଥା ଶିକ୍ଷକ/ଛାତ୍ରଛାତ୍ରୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ବୌଦ୍ଧ ସଦର ମହକୁମାରେ ଏକ “ଶିକ୍ଷକ ଭବନ” ନିର୍ମାଣ ପାଇଁ ସହଯୋଗ କରିବାକୁ ସଂଘ ତରଫରୁ ଅଧ୍ୟକ୍ଷ ମିଶ୍ରଙ୍କୁ ଅନୁରୋଧ କରାଯାଇଥିଲା । ଅଧ୍ୟକ୍ଷ ମିଶ୍ର ସମସ୍ୟାଗୁଡିକର ଆଶୁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ହରଭଙ୍ଗା ବ୍ଲକର ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଓ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଶିକ୍ଷକ ସଂଘ ତରଫରୁ ଉଭୟଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସଦର ମହକୁମା ଓ ବ୍ଲକ ସଦର ମହକୁମା ଚାରିଛକଠାରେ ଏକ ଶିକ୍ଷକ ବାସଭବନ ନିର୍ମାଣ ପାଇଁ ସହଯୋଗ କରିବାକୁ ଅନୁରୋଧ କରଯାଇଥିଲା । ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ସମସା ,ପାନୀୟ ଜଳର ବ୍ୟବସ୍ଥା ,ସ୍ୱଚ୍ଛତା ଓ ବିଭିନ୍ନ ଛାତ୍ର ଓ ଶିକ୍ଷକ ସମସ୍ୟା ସମାଧାନରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ଗିରିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସମ୍ପାଦକ ମହେଶ କୁମାର ସେଠୀ , ଉପସଭାପତି ଅନାଦି ଚରଣ ବେହେରା , କାର୍ଯ୍ୟକାରୀ ସଭ୍ୟ ଚାପଧାରୀ ପାତ୍ର , ପରମେଶ୍ୱର ମେହେର , ପ୍ରଶାନ୍ତ ସାହୁ , ସନ୍ତୋଷ ମହାନନ୍ଦିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =