ଜିଲ୍ଲା ବାଲ୍ୟବିବାହ ମଞ୍ଚର ବାର୍ଷିକ ଅଧିବେଶନ

0 45

ବୌଦ୍ଧ,୨୮/୪:- ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଧାଂଶୁ ଶେଖର ସମସ୍ତଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ନିର୍ମାଣ ଶ୍ରମିକ ଯୋଜନା ବିଷୟରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ପିଲାମାନଙ୍କୁ ଜ୍ଞାନଦେଇ ବାଲ୍ୟବିବାହରୁ ମୁକ୍ତ ହେଉଥିବା ବାଳିକାମାନଙ୍କୁ ଆଗକୁ ପାଠପଢା ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ । ଏହାପରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ କିଶୋର ବାଳକ ବାଳିକା ମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ସଶକ୍ତ କରିବା ପାଇଁ ଥିବା ଯୋଜନା ଗୁଡିକ କିପରି ସେମାନଙ୍କୁ ଉପଲବଧ କରାଯାଇପାରିବ ସେ ଉପରେ ଗୁରୁତ୍ୱ ଦେଇଥିଲେ । ଏହାପରେ ଅତିରିକ୍ତ ଜିଲ୍ଲାପାଳ ପିଲାମାନେ କିପରି ଏହିଭଳି ଧାରାକୁ ଜାରିରଖି ଆଗକୁ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିବା ଓ ସମସ୍ତଙ୍କୁ କୁଶଳ ହେବାକୁ ଆହ୍ୱାନ ଦେଇଥିଲେ । ବାଲ୍ୟବିବାହରୁ ଉଦ୍ଧାର ହୋଇଥିବା କିଶୋରୀମାନେ ମିଳିତ ଭାବେ ବାଲ୍ୟବିବାହ ମଞ୍ଚର ପୁନର୍ଗଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପାଇଭଲି ହୁଡର ପ୍ରୋଗ୍ରାମ ମ୍ୟାନେଜର ଓ ମିଶନ ଶକ୍ତି କୋଅଡିନେଟର ଜିଲ୍ଲାରେ ଉପଲବଧ ଥିବା ସମସ୍ତ ସୁବିଧା ସୁଯୋଗର ସବିସ୍ତୃତ ବିବରଣୀ ରଖିଥିଲେ । କିଶୋର କିଶୋରୀମାନଙ୍କୁ ଦଳଗତ କାର୍ଯ୍ୟକ୍ରମରେ ସିଡିପିଓ ନିରୁପମା ପାଣି, ଜ୍ୟୋସ୍ନାରାଣୀ ପାଢୀ ସାହାଯ୍ୟ କରି ଆଗାମୀ ଦିନରେ ମଞ୍ଚର କାର୍ଯ୍ୟକ୍ରମ ସ୍ଥିର କରିଥିଲେ । ବାଲ୍ୟବିବାହ ନିଷେଧ ପରାମର୍ଶଦାତ୍ରୀ ସୁଶ୍ରୀ ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଶେଷରେ ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − 2 =