ଝାଟିପାବଲିର ଅବହେଳିତ ଶୈବପୀଠ କପିଳେଶ୍ୱର ମନ୍ଦିର

0 83

ବାଉଁଶୁଣି,୨୭/୫- ବୌଦ୍ଧବ୍ଲକ ମନୁପାଲି ପଞ୍ଚାୟତର ମହୁଲିଗ୍ରାମ ବାଘନଦୀ କୂଳ ନିକଟ ଝାଟିପାବଲି ପାହାଡ଼ ଉପରେ ଅବସ୍ଥିତ କପିଳେଶ୍ୱର ଶିବ ମନ୍ଦିର । ମନ୍ଦିର ନିର୍ମାଣର ସଠିକ ସମୟ ବିଷୟରେ କିଛି ଜଣାପଡିନଥିଲେହେଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘନ ବନାନୀ ମଧ୍ୟରେ ଅବସ୍ଥିତ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସିଲେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ମନରେ ନିଶ୍ଚୟ ଶାନ୍ତି ଆଣିଦେବ । ମୁଖ୍ୟ ମନ୍ଦିର ସହିତ ପାର୍ବତୀ ମନ୍ଦିର ଭୈରବୀ ମନ୍ଦିର ସୂର୍ଯ୍ୟ ମନ୍ଦିର ସହିତ ଏକ ତ୍ରିନାଥ ମନ୍ଦିର ମଧ୍ୟ ଏଠାରେ ରହିଛି ଏବଂ ମନ୍ଦିର ପରିଚାଳନା ପାଇଁ ଏକ କମିଟି ରହିଥିବାବେଳେ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦାନ ଅର୍ଥରେ ମନ୍ଦିର ନିର୍ମାଣ କରାଯାଇଥିବା ଜଣାପଡିଛି । ଏହାଛଡା ନାମଯଜ୍ଞ ପାଇଁ ଏକ କୁଞ୍ଜଘର ନିର୍ମାଣ କରାଯାଇଥିବାବେଳେ ଅରୁଣ ସ୍ତମ୍ବ ଓ ଭଣ୍ଡାର ଘରର ନିର୍ମାଣ କରାଯାଇଛି । ଏହାଛଡା ମନ୍ଦିର ପରିଚାଳନା କମିଟି ଏବେ ଏକ ହନୁମାନ ମନ୍ଦିରର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ବେଳେ ଅର୍ଥ ଅଭାବରୁ ଏହା ଆଗେଇ ପାରୁନାହିଁ ।

hiring

ମନ୍ଦିରରେ ମହାଶିବରାତ୍ରି କାର୍ତ୍ତିକ ପୂର୍ଣ୍ଣିମା ମେରୁ ପର୍ବ ଓ ଶ୍ରାବଣ ମାସରେ ବୋଲବମ କାଉଡ଼ିଆ ତଥା ଅନ୍ୟ ଶ୍ରଦ୍ଧାଳୁ ମାନଙ୍କ ବିଶେଷ ଭିଡ଼ ଜମିଥାଏ । ତେବେ ଏଭଳି ଏକ ସୁନ୍ଦର ସ୍ଥାନରେ ଥିବା ମନ୍ଦିରର ଉନ୍ନତି ପାଇଁ କୌଣସି ସରକାରୀ ସାହାଯ୍ୟ ମିଳି ନଥିବାରୁ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ଅର୍ଥ ଅଭାବରୁ ମନ୍ଦିର ଚାରିପାଖେ ପାଚେରୀ ନିର୍ମାଣ ମନ୍ଦିର ଉପରକୁ ପାହାଚ ନିର୍ମାଣ ହୋଇପାରିନାହିଁ । ଏହା ବ୍ୟତୀତ ପାଇପ ପାଣି ଓ ଆଲୋକୀକରଣର ମଧ୍ୟ ବିଶେଷ ସୁବିଧା କିଛି କରାଯାଇପାରିନାହିଁ । ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରର ଉନ୍ନତି ପ୍ରତି ଦୃଷ୍ଟି ଦିଆଯାଏ ତେବେ ମନ୍ଦିର ସହିତ ନିକଟରେ ଥିବା ପାହାଡ଼କୁ ପର୍ଯ୍ୟଟକଙ୍କ ଆଗମନ ହେବା ସଙ୍ଗେ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଏହି ମନ୍ଦିର ସ୍ଥାନ ପାଇପାରନ୍ତା ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + eleven =