ଆତ୍ମହତ୍ୟା କଲେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ, ୧୫ ଦିନରେ ତୃତୀୟ ଘଟଣା

0 58

କୋଲକତା : ବଙ୍ଗାଳୀ ସିନେମା ପ୍ରେମୀଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକତାରେ ଆଜି ଜଣେ ମଡେଲ ତଥା ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ମଞ୍ଜୁସା ନିଯୋଗୀଙ୍କ ଶବ ଆଜି ତାଙ୍କ ବାଟୁଳୀ ଘରୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଗତ ତିନି ଦିନ ମଧ୍ୟରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ମଧ୍ୟରେ କୋଲକତାର ତିନି ଜଣ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପ୍ରଥମେ ଛୋଟ ପରଦାର ଅଭିନେତ୍ରୀ ପଲ୍ଲବୀ ଡେଙ୍କ ମୃତ୍ୟୁ ହୋଇଥିଲା । ୧୫ ମଇରେ ପଲ୍ଲବୀଙ୍କ ଶବ ତାଙ୍କ ଘରୁ ମିଳିଥିଲା । ପଲ୍ଲବୀଙ୍କ ପରିବାର ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପଲ୍ଲବୀଙ୍କ ବୟଫ୍ରେଣ୍ଡଙ୍କୁ ପୁଲିସ ଗିରଫ କରିଥିଲା ।

hiring

ସେହିପରି ଉତ୍ତର କୋଲକତାର ମଡେଲ ତଥା ଅଭିନେତ୍ରୀ ବିଦିଶା ଡେ ମଜମଦାରଙ୍କ ଶବ ମଧ୍ୟ ଫାଶିରେ ଝୁଲୁଥିବା ଅବସ୍ଥାରେ ତାଙ୍କ ଘରୁ ଜବତ କରାଯାଇଥିଲା । ବିଦିଶା ଏକ ସୁଇସାଇଡ ନୋଟ ଲେଖିଥିଲେ ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ପୁଲିସ ଏକ ମାମଲା ଦାୟର କରି ଏହାର ତଦନ୍ତ ଚଲାଇ ତାଙ୍କ ବୟଫ୍ରେଣ୍ଡଙ୍କ ସହ ସଂପର୍କ ବିଷୟରେ ଯାଞ୍ଚ କରିଥିଲା । ବିଦିଶାଙ୍କ ସାଙ୍ଗମାନଙ୍କ କହିବା ଅନୁଯାୟୀ ତାଙ୍କ ବୟଫ୍ରେଣ୍ଡ ପାଇଁ ସେ ଡିପ୍ରେସନରେ ଥିଲେ । ବିଦିଶା ନିଜର ସୁସାଇଡ୍‌ ନୋଟରେ ତାଙ୍କୁ କ୍ୟାନସର ହୋଇଥିବା କଥା ଉଲ୍ଲେଖ କରିଥିଲେ । କିନ୍ତୁ ସେ କ୍ୟାନସରରେ ପୀଡିତ ନଥିବା ଜଣାପଡିଥିଲା । ତେଣୁ ଏହା ପଛରେ ଆଉ କିଛି ରହସ୍ୟ ଲୁଚି ରହିଥିବା ପୁଲିସ ସନ୍ଦେହ କରୁଛି ।
ଏହି ମାମଲାରେ ଆଉ ଏକ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ମଞ୍ଜୁଷା ଓ ବିଦିଶା ଉଭୟେ ଭଲ ସାଙ୍ଗ ଥିଲେ । ମଞ୍ଜୁଷାଙ୍କ ମାଙ୍କ କହିବା ଅନୁଯାୟୀ ବିଦିଶାଙ୍କ ମୃତ୍ୟୁ ପରେ ମଞ୍ଜୁଷା ଡିପ୍ରେସନରେ ଥିଲେ । ପୁଲିସ ମଞ୍ଜୁଷାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ।

hiranchal ad1
Leave A Reply

Your email address will not be published.

5 × four =