ବିଜେପି ହିଁ ବୌଦ୍ଧର ଉନ୍ନତି କରିପାରିବ – ଲେଖାଶ୍ରୀ ସାମନ୍ତସିଂହାର

0 414

ବୌଦ୍ଧ,୮/୯- ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦୁଇଦିନିଆ ବୌଦ୍ଧଗସ୍ତରେ ଆସି ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାର ଉନ୍ନତି କରିପାରିବ ବୋଲି କହିଛନ୍ତି । ଜିଲ୍ଲା ଗଠନ ହେବାର ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ସମସ୍ୟା ରହିଛି । ଜିଲ୍ଲାର ମଣ୍ଡି ସମସ୍ୟା, ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ଚାଷପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ତେଣୁ ଆନ୍ଧ୍ରରୁ ଚାଷୀ ଆସି କପାଚାଷ କରୁଥିବା, ମହାନଦୀ ପାଖରେ ଥାଇ ମଧ୍ୟ ଜିଲ୍ଲାରେ ପାନୀୟଜଳର ଘୋର ସମସ୍ୟା, ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ହେଉନଥିବା, ବେଡ୍‌ର ଅଭାବ ଥିବାରୁ ରୋଗୀଙ୍କୁ ବାରଣ୍ଡା ଓ ତଳେ ଶୋଇ ଚିକିତ୍ସା କରାଯାଉଥିବା ବିଶେଷକରି ପ୍ରସୂତି ମହିଳା ଡାକ୍ତରଖାନା ବାରଣ୍ଡାରେ ଶିଶୁ ସହିତ ବିପଦଜନକ ଅବସ୍ଥାରେ ରହିବା, ଗୋଟିଏ ହେଲେ ସରକାରୀ କଲେଜ ନଥିବା ପ୍ରମୁଖ ସମସ୍ୟାଗୁଡିକ ଉତଥାପନ କରିଥିଲେ । ବର୍ତ୍ତମାନର ଜନପ୍ରତିନିଧି ପୂର୍ବରୁ ଖଣିମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଦୁଇଦୁଇଥର ବାଚସ୍ପତି ପଦବୀରେ ଥାଇ ମଧ୍ୟ ବୌଦ୍ଧଜିଲ୍ଲାର ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇନଥିବା ଉପରେ ସମାଲୋଚନା କରିଥିଲେ । ବହୁ ପ୍ରତୀକ୍ଷିତ ଦାବିଗୁଡିକ ମଧ୍ୟରୁ ବୌଦ୍ଧଜିଲ୍ଲାକୁ ଉତ୍ତରାଞ୍ଚଳ ଆରଡିସିରେ ସାମିଲ କରିବା, ବୌଦ୍ଧ ଏନଏସିକୁ ମ୍ୟୁନସିପାଲଟିରେ ପରିଣତ କରିବା, ଜିଲ୍ଲାର ସର୍ବପୁରାତନ ବୌଦ୍ଧ ପଞ୍ଚାୟତ କଲେଜକୁ ସରକାରୀ ମାନ୍ୟତା ଦେବା ଏବଂ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ତ୍ୱରାନ୍ୱିତ କରିବା, ପ୍ରସ୍ତାବିତ ଗୁରୁଜିମୁଣ୍ଡା ଜଳସେଚନ ପ୍ରକଳ୍ପ ଇତ୍ୟାଦି ଦାବିଗୁଡିକ ବିଜେପି କ୍ଷମତାକୁ ଆସିଲେ ପୂରଣ କରିପାରିବ ବୋଲି ରାଜ୍ୟ ସଂପାଦିକା ଲେଖାଶ୍ରୀ ପ୍ରକାଶ କରିଛନ୍ତି ।

hiring

ବିଜେପି ସର୍ବଦା ଜିଲ୍ଲାର ଜନସାଧାରଣଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରିଆସୁଛି ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହିତ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏସବୁ ସମସ୍ୟାକୁ ନେଇ ବିଜେପି ଲୋକଙ୍କୁ ବୁଝାଇବ ଓ ଲୋକଙ୍କ ପାଇଁ କାମ କରିବ । ଆଜିର ଏହି ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ପୂର୍ବତନ ସଭାପତି ମାଗୁଣି ଗାଈଗୌରିଆ, ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ବୌଦ୍ଧଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର, କୃଷକମୋର୍ଚ୍ଚା ରାଜ୍ୟ ସଂଯୋଜକ ମନୋରଞ୍ଜନ ଦାଶ, ବରିଷ୍ଠ ବିଜେପି ନେତା ଅଞ୍ଜନ ସାହୁ, ଛାତ୍ର ବିଜେପି ସଭାପତି ଅଟଳ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା କାର୍ଯ୍ୟକର୍ତ୍ତା, ମହିଳା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − 17 =