ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

0 54

ବୌଦ୍ଧ,୧୮/୯- ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧଦ୍ୱାରା ଆୟୋଜିତ ମୋବାଇଲ ଭ୍ୟାନ ସାହାଯ୍ୟରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍‌ ପ୍ରତିମା ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ସାଉଣ୍ଡ ଏଣ୍ଡ ମାଇକ ସାହାଯ୍ୟରେ କ୍ୟାଂପେନ କରି ଲୋକଙ୍କୁ ମାଗଣା ଆଇନସେବା ଉପରେ ବୁଝାଯାଇଥିଲା । ଏଥିସହ ପ୍ରଚାରପତ୍ର ମଧ୍ୟ ବଣ୍ଟାଯାଇଥିଲା । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧର ସଚିବ ଶ୍ରୀ ଚରଣଜିତ ଓରାମ, ଫ୍ୟାନେଲ ଓକିଲ ଶ୍ରୀ ଅମିତ କୁମାର ପ୍ରଧାନ, ପୁରୁଣାକଟକ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଭବାନୀବାଳା କହଁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପୁରୁଣାକଟକ ପଞ୍ଚାୟତର ଏବଂ ଆଖପାଖ ଅଞ୍ଚଳର ମହିଳା ଏବଂ ପୁରୁଷମାନେ ଯୋଗ ଦେଇଥିଲେ । ସେମାନଙ୍କୁ ଜାତୀୟ ସ୍ତରରେ, ରାଜ୍ୟସ୍ତରରେ, ଜିଲ୍ଲାସ୍ତରରେ ଏବଂ ତାଲୁକ ସ୍ତରରେ ଥିବା ଆଇନସେବା ସଂସ୍ଥାମାନ ଏବଂ ଏଠାରେ ମିଳୁଥିବା ମାଗଣା ଆଇନସେବାମାନ ବିଷୟରେ ବିସ୍ତୃତ ଭାବେ ବୁଝାଯାଇଥିଲା । ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମାଗଣା ଆଇନସେବା ପାଇବାର ଫର୍ମପୂରଣ ମଧ୍ୟ ପାରାଲିଗାଲ ଭଲେଣ୍ଟିଅର ମାନଙ୍କ ଦ୍ୱାରା କରାଯାଇଥିଲା ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ଅଫିସ ଠାରେ ବିଚାରପାଇଁ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

15 + eighteen =