ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

0 157

ବୌଦ୍ଧ,୨୫/୯:- ବୌଦ୍ଧବ୍ଲକ ସିଆରସିସି ମାନଙ୍କର ସେପ୍‌ଟେମ୍ବର ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ପାଖକୁ ଯାଇ କୋଭିଡ ଗାଇଡଲାଇନ ଆଧାରରେ ପ୍ରତ୍ୟକ୍ଷ ଶିକ୍ଷାଦାନକୁ ନିଶ୍ଚିତ କରିବା, ଏନଏଏସ୍‌ର ନମୁନା ପ୍ରଶ୍ନ ଅଭ୍ୟାସ କରାଇବା, ସମସ୍ତ ଆର୍ଥିକ ଖର୍ଚ୍ଚ ବିବରଣୀ ଦାଖଲ କରିବା, ବିଦ୍ୟାଳୟ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ପିଲାମାନଙ୍କର ଅଭ୍ୟାସ କାର୍ଯ୍ୟ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଯେପରି କରିବେ ତା ଉପରେ ସି ଆର ସି ସି ମାନେ ଅଧିକ ଗୁରୁତ୍ୱ ଦିଅନ୍ତୁ ବୋଲି ବକ୍ତବ୍ୟ ଦେଇଥିଲେ । ପେଡାଗୋଜି କୋଡିନେଟର ଶିବ ଶଙ୍କର ଶତପଥି ଆମ ଜିଲ୍ଲା ଶିକ୍ଷଣ ପ୍ରକ୍ରିୟାକୁ ଆଗେଇନେବାକୁ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ପ୍ରଶିକ୍ଷିକା ଡ. ନିହାରିକା ସାମନ୍ତରାୟ ଓ ଅନୁପମା ମେହେର ଏନଏଏସ ପରୀକ୍ଷା ୩,୫,୮ ଓ ୧୦ଶ୍ରେଣୀରେ ହେବ ପୂର୍ବ ଶ୍ରେଣୀ ପାଠରୁ ୬୦%ଓ ବର୍ତ୍ତମାନ ଶ୍ରେଣୀ ପାଠରୁ ୪୦%ଆସିବ ବୋଲି ସୂଚନା ଦେଇଥିଲେ । ପ୍ରଶ୍ନ ସହିତ ଶିକ୍ଷଣ ଫଳାଫଳକୁ ତୁଳନାତ୍ମକ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ସି ଆର ସି ସି ରାଜ କୁମାର ପ୍ରଧାନ, ସନ୍ତୋଷ କର୍ଣ୍ଣ, ସନତ ବାରିକ, ସଞ୍ଜୟ କୁମାର ଦେହୁରୀ ସକ୍ରିୟଭାବେ ଅଂଶଗ୍ରହଣ କରିଥିଲେ । ବ୍ଲକର ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ । ସଂଜୟ ଦେହୁରୀ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

7 + nineteen =