ଚଉଁରିଆପଦର ବୁଥରେ ୨୩ ତାରିଖରେ ହେବ ସାନି ନିର୍ବାଚନ

0 177

ବୌଦ୍ଧ,୧୯/୨- ଗତ ୧୮ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧବ୍ଲକ ରକ୍ସା ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଚଉଁରିଆପଦର ବୁଥରେ ହୋଇଥିବା ନିର୍ବାଚନ ମୁକ୍ତ ଓ ଅବାଧ ହୋଇନଥିବା ନେଇ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯିବାପରେ, ସେଠାରେ ସାନି ନିର୍ବାଚନ କରାଯିବାକୁ ରାଜ୍ୟ ନିର୍ବାଚନ କମିଶନର ପତ୍ର ସଂଖ୍ୟା ୩୩୫୭ ତା ୧୯.୦୨.୨୦୨୨ ରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ତା ୨୩.୦୨.୨୦୨୨ ରିଖ ଦିନ ସକାଳ ୯ ଘଣ୍ଟା ସମୟରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ଏହି ବୁଥରେ କଡା ସୁରକ୍ଷା ମଧ୍ୟରେ ସାନି ନିର୍ବାଚନ କରାଯିବ ବୋଲି ଜଣାପଡିଛି । ସଂପୃକ୍ତ ୱାର୍ଡର ବାସିନ୍ଦାମାନେ ଏହି ସାନି ନିର୍ବାଚନରେ ମତଦାନ କରି ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − fourteen =