ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର

0 54

ବୌଦ୍ଧ,୬/୪: – ସ୍ଥାନୀୟ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ବୌଦ୍ଧଠାରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦଳ ମୁଣ୍ଡୁଳି କଟକଙ୍କ ଦ୍ୱାରା ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ବ୍ଲକ ଶିକ୍ଷା ଅଧିକାରୀ ତଥା ପ୍ରଧାନଶିକ୍ଷକ ଧ୍ରୁବଚରଣ ଘିବେଲା ସଭାପତିତ୍ୱ କରିଥିଲେ । ଏନଡିଆରଏଫର ଇନିସପେକ୍ଟର ବିଶ୍ୱନାଥ ଚୌଧୁରୀ ସବଇନିସପେକ୍ଟର ଶ୍ରୀଯୁକ୍ତ ପ୍ରସାଦଙ୍କ ସହ ଅନ୍ୟ ୭ଜଣ ସୁରକ୍ଷା ବଳ ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀଭାବେ ବିଭିନ୍ନ ପ୍ରକାର ଜୀବନ ରକ୍ଷାକାରୀ କୌଶଳ ଉପରେ ଆଲୋଚନା କରିଥିଲେ ।

hiring

ମୁଖ୍ୟତଃ ବନ୍ୟା, ବାତ୍ୟା ଓ ଭୂମିକଂପ ସମୟରେ ନିଜ ଜୀବନକୁ କିପରିଭାବେ ବଞ୍ଚାଇପାରିବା ଓ ବିଭିନ୍ନ ପ୍ରକାର ଦୁର୍ଘଟଣା ସ୍ଥଳରୁ ସେମାନଙ୍କୁ କିପରି ବଞ୍ଚାଯାଇପାରିବ ତାର କୌଶଳକୁ ଅଙ୍ଗଭଙ୍ଗୀ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ବୌଦ୍ଧଜିଲ୍ଲାରେ ଗତ ୪ ତାରିଖଠାରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ପରିଚାଳନା କରାଯାଉଛି ।

hiranchal ad1
Leave A Reply

Your email address will not be published.

seven − six =