ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ

0 67

ବୌଦ୍ଧ,୩୦/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାଲ ଠାରେ ବିଦ୍ୟାଳୟସ୍ତରୀୟ ଗଣିତ, ବିଜ୍ଞାନ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତୃପ୍ତିରଞ୍ଜନ ଦାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଲୁଣିବାହାଲ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ପ୍ରଧାନ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଲବକୁମାର ଅମାତ ଯୋଗଦେଇଥିଲେ । ସମସ୍ତ ଅତିଥି ମା ଭୈରବୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ ଅତିଥି ପରିଚୟ ପ୍ରଦାନ କରିବାସହ ବିଦ୍ୟାଳୟସ୍ତରୀୟ ଗଣିତ, ବିଜ୍ଞାନ ଓ ପରିବେଶ ମେଳା ଆୟୋଜନର ଉଦ୍ଦେଶ୍ୟ ସମ୍ବନ୍ଧରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀ ଅମାତ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରତି ଆକୃଷ୍ଟ ହେବାସହ ବୈଜ୍ଞାନିକ ମନୋଭାବ ପୋଷଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ପ୍ରଧାନ ବିଦ୍ୟାଳୟର ବିକାଶ ଓ ଉତ୍ତମ ଫଳାଫଳ ପାଇଁ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ । ପ୍ରତିବର୍ଷ ବିଦ୍ୟାଳୟରେ ବିଜ୍ଞାନ ପ୍ରକଳ୍ପ ଓ ଅନ୍ୟ ସହଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ଛାତ୍ରଛାତ୍ରୀମାନେ ଏଥିରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ପୁରୁଣାକଟକର ବରିଷ୍ଠ ବିଜ୍ଞାନ ଶିକ୍ଷକ ଅନୀଲ କୁମାର ପ୍ରଧାନ ବିଚାରକ ଭାବେ ପ୍ରକଳ୍ପଗୁଡିକୁ ମୂଲ୍ୟାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରିଲୋଚନ ସାହୁ, ଜୟଦେବ ରଥ, ସୁଶ୍ରୀ ସେବତୀ ଭାରତୀ, ମନମୋହନ ପ୍ରଧାନ, ବିଜୟାନନ୍ଦ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 + 4 =