ଆଜାଦୀ କା ଅମୃତ ମହୋତ୍ସବରେ ବିରଳ ଦସ୍ତାବିଜ ପ୍ରଦର୍ଶନୀ

0 179

ବୌଦ୍ଧ,୧୪/୮- ଆଜାଦୀ କି ଅମୃତ ମହୋତ୍ସବ ଏବଂ ଦେଶ ସ୍ୱାଧୀନତାରେ ୭୫ ବର୍ଷ ପାଳନ ଅବସରରେ ଏକ ବିରଳ ଦସ୍ତାବିଜ ପ୍ରଦର୍ଶନୀର ଆୟୋଜନ ହୋଇଛି । ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଗବେଷକ ସତ୍ୟନାରାୟଣ ପାଣିଙ୍କ ଦ୍ୱାରା ସ୍ମୃତିରେ ବୌଦ୍ଧ ଗଡଜାତ ଶୀର୍ଷକ ଏକ ଡକ୍ୟୁମେଣ୍ଟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ସ୍ୱାଧୀନତା ପୂର୍ବର ବହୁ ବିରଳ ମାନଚିତ୍ର, ଖବରକାଗଜ, ବୌଦ୍ଧ ଗଡଜାତ ଆନ୍ଦୋଳନ ସହ ଜଡିତ ଚିଠିପତ୍ର, ଦଲିଲ ଓ ବହୁ ରାଜ୍ୟ ତଥା ଜାତୀୟ ସ୍ତରୀୟ ନେତୃବୃନ୍ଦଙ୍କ ଚିଠି ସ୍ଥାନ ପାଇଥିଲା ।

hiring

ପ୍ରଦର୍ଶନୀରେ ବ୍ରିଟିଶ ଶାସନ ପ୍ରାରମ୍ଭିକ ସମୟରେ ୧୮୬୩ ମସିହାର ଦୁର୍ଲଭ ମାନଚିତ୍ର, ବୌଦ୍ଧବାର୍ତ୍ତା, ସ୍ୱାଧୀନ ବୌଦ୍ଧବାର୍ତ୍ତା, ପ୍ରଜାମଣ୍ଡଳ ଆନ୍ଦୋଳନର କାଗଜପତ୍ର ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ତହସିଲଦାର ଦେବୀପ୍ରସାଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ପ୍ରଦର୍ଶନୀକୁ ବୁଲି ଦେଖିବାସହ ଗବେଷକ ଶ୍ରୀ ପାଣିଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

five × three =