ବୌଦ୍ଧ,୭/୯- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କା ର୍ଯ୍ୟାଳୟଠାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳମାନଙ୍କୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ କିଭଳି ଭାବେ ସଫଳତା ସହ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ଜାତୀୟ ଏବଂ ରାଜ୍ୟସ୍ତରୀୟ ଦଳଦ୍ୱାରା ବୁଥସ୍ତରୀୟ ପ୍ରତିନିଧି ନିଯୁକ୍ତ କରିବା ନିମନ୍ତେ ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ଅଶ୍ୱିନୀ କୁମାର ମେହେର ବିସ୍ତୃତଭାବେ ବୁଝାଇଥିଲେ । ଭାରତୀୟ ଜନତା ପାର୍ଟି ତରଫରୁ ପ୍ରେମାନନ୍ଦ ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରୁ ସମରେଶ ମିଶ୍ର, ବିଜୁଜନତା ଦଳରୁ ଶୀତାଂଶୁ ଶେଖର ମହାକୁଳ ଏବଂ କମ୍ୟୁନିଷ୍ଟ ପାର୍ଟିରୁ ଅବକାଶ ସାହୁ ଓ ବିଭୁତି ଭୂଷଣ ଦାସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ସ୍ମିତ ରଥ, ଉପବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା, କନିଷ୍ଠ ସହାୟକ ଦେବବ୍ରତ ପାଣିଗ୍ରାହୀ ଓ ଜିତେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।