ବୌଦ୍ଧ/ଜହ୍ନ ।ପଙ୍କ,୮/୯- ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରୀ କଲେ । ଏପରିକି ବୌଦ୍ଧ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟକୁ ବି ଘେରିଲେ କିଛି ଫଳ ହେଲାନାହିିଁ । ଶେଷରେ ଗ୍ରାମର କିଛି ସ୍ୱେଚ୍ଛାସେବୀ ମିଶି ରାସ୍ତା ନିର୍ମାଣ କଲେ । ଏଭଳି ଦୃଶ୍ୟ ଦେଖିବ ।କୁ ମିଳିଛି ବୌଦ୍ଧବ୍ଲକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମରେ । ଜାତୀୟ ରାଜପଥ ୫୭ରୁ ମଧୁପୁରକୁ ଯାଇଥିବା ରାସ୍ତା ସାମାନ୍ୟ ବର୍ଷା ଯୋଗୁଁ କାଦ ପଚ ପଚ ହୁଏ । ଦୁଇ ଚକିଆ ଯାନ ଯିବାତ ଦୁରର କଥା ଚାଲି ଯିବାଟା ଅସମ୍ଭବ । ଆଜି ଗ୍ରାମର ଗଣେଶ ପୂଜା କମିଟିର ସଭ୍ୟମାନେ ମିଶି ଏହି ରାସ୍ତାରେ ମରୁମ ପକାଇ ମରାମତି କରିଥିବା ଜଣାପଡ଼ିଛି । ଆଗକୁ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଆସୁଥିବାରୁ ଏପରି ପଦକ୍ଷେପ ନେଇଛନ୍ତି । ସ୍ୱେଚ୍ଛାସେବୀମାନଙ୍କ ଏଭଳି ମହତ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।