୧୦୦ ସିଟ୍‌ ବିଶିଷ୍ଟ ଛାତ୍ରୀନିବାସ ପାଇଁ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ

0 635

ବୌଦ୍ଧ,୮/୧୧- ବୌଦ୍ଧବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ତେତଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୧୦୦ସିଟ ବିଶିଷ୍ଟ ଏକ ଛାତ୍ରୀନିବାସ ପାଇଁ ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଛି । ଏଥିସହିତ ମାଧ୍ୟମିକ ଶ୍ରେଣୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗଦେଇ ଭୂମି ପୂଜନ ଓ ଉଦଘାଟନ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ତଥା ସଭାପତି ବିଦ୍ୟାଳୟ ପରିଚାଳନା ବିକାଶ କମିଟି ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଶିକ୍ଷାର ଦେବତା ଅଗ୍ରପୂଜ୍ୟ ଗଜାନନଙ୍କ ଠାରେ ପୂଜାକଲାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉଦଘାଟନୀ ସଂଗୀତ ଗାନ କରାଯାଇଥିଲା ।

hiring

ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ରାସ୍ତା ଓ କୋଠାବାଡ଼ି ମୁଖ୍ୟ ନିର୍ମାଣଯନ୍ତ୍ରୀ ଇଂ ମନୋଜ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଇଂ ଶାନ୍ତନୁ ନାୟକ, ସହକାରୀ ଯନ୍ତ୍ରୀ ଇଂ ଜଗନ୍ନାଥ ବିଶ୍ୱାଳ, ମୁର୍ଷୁଣ୍ଢି ସରପଞ୍ଚ ମଧୁମତୀ ବେହେରା, ବୌଦ୍ଧବ୍ଲକ ଉପାଧକ୍ଷ ମନୋରଞ୍ଜନ ପୁରୋହିତ, ଅଭିଭାବକ-ଶିକ୍ଷକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜକୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ନିହାରବାଳା ବେହେରା । ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟ ଅଧ୍ୟକ୍ଷ ହରେକୃଷ୍ଣ ବେହେରା । ବିଦ୍ୟାର୍ଥୀ ପ୍ରତିନିଧି ଇତିଶ୍ରୀ ମହାକୁଡ଼ ସଫଳତା ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅଭିଭାବକ ପ୍ରତିନିଧି କୃତ୍ତିବାସ ପଲିଆ, ମାନସ ପୁରୋହିତ, ଜଗବନ୍ଧୁ ପାତ୍ର, ପ୍ରଭାତ ଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ଦେବବ୍ରତ ପ୍ରଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

ten + 12 =