ବାଇକ ଧକ୍କାରେ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର ଆହତ

0 86

ବୌଦ୍ଧ,୩/୪: ବୌଦ୍ଧଜିଲ୍ଲାର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର (୯୮ ବର୍ଷ) ବାଇକ ଧକ୍କାରେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶହୀଦ ଛକ ନିକଟରେ ଥିବା ନିଜଘରୁ ବାହାରି ପାଖରେ ଥିବା ଏକ ଦୋକାନକୁ କିଛି ଜରୁରୀ ଜିନିଷ କିଣିବାକୁ ଯାଇଥିଲେ । ସେଠାରୁ ଜିନିଷ କିଣି ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେଠାରେ ଶ୍ରୀ ମିଶ୍ର ପଡିଯାଇଥିଲେ । ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାରକରି ଘରକୁ ବୋହି ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି । ସେ ବୌଦ୍ଧସହରର ସର୍ବବରିଷ୍ଠ ତଥା ବର୍ଷିୟାନ ନାଗରିକ ଅଟନ୍ତି । ଶ୍ରୀ ମିଶ୍ରଙ୍କ ଏହି ଦୁର୍ଘଟଣା ଖବର ଜଣାପଡିବା ପରେ ତାଙ୍କର ଆଶୁଆରୋଗ୍ୟ କାମନା କରାଯାଇଛି ।

hiranchal ad1
Leave A Reply

Your email address will not be published.

3 × 5 =