ବୌଦ୍ଧ,୧୧/୧୨:- ବୌଦ୍ଧଜିଲ୍ଲାର ବିଜେପି କର୍ମକର୍ତ୍ତାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପିତ ପ୍ରଶିକ୍ଷଣ ଦିବସରେ ଜିଲ୍ଲାର ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ୱରେ ୪ ଗୋଟି ସୂତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଦଳର ବରିଷ୍ଠ ନେତାମାନେ । ଶ୍ରୀ ସତ୍ୟାନନ୍ଦ ପାଣ୍ଡେ ପ୍ରଶିକ୍ଷଣ ସଂଯୋଜକ ସଞ୍ଚାଳନ କରିଥିଲେ । ଗତକାଲି ଓ ଆଜିର ଆଠଗୋଟି ସ୍ତରରେ ନିମ୍ନଲିଖିତ , ବିଷୟ ଉପରେ ଆଲୋକପାତ କରିଥିଲେ । ପଞ୍ଚାୟତ, ପୌରାଞ୍ଚଳ ଓ ସମବାୟ ନିର୍ବାଚନ ପରିଚାଳନା, ଆତ୍ମ ନିର୍ଭର ଭାରତ , ସଂଗଠନ ସଂରଚନା ଓ ବିଚାର ପରିବାର, ମିଡିଆ ଏବଂ ସୋସିଆଲ ମିଡିଆର ଉପଯୋଗ, କାର୍ଯ୍ୟକର୍ତ୍ତା ଓ ନେତୃତ୍ୱର ବିକାଶ, ଭାରତୀୟ ବିଚାରଧାରା ଓ ବିଜେପି, ଯୁଗାନ୍ତକାରୀ ୭ ବର୍ଷ, ବୈଷୟିକ ପରିଦୃଶ୍ୟରେ ଭାରତ ବିଜେପିର ଦାୟିତ୍ୱ ଉପରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ହିସାବରେ ବିପ୍ରଚରଣ ମହାନ୍ତି, ଶ୍ୟାମ ସୁନ୍ଦର ପୁରୋହିତ, ରବିନାରାୟଣ ପ୍ରଧାନ, ମାଗୁଣି ଗାଈଗୌରିଆ , ଦେବାଶିଷ ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ, ସୂର୍ଯ୍ୟନାରାୟଣ ମହାପାତ୍ର ଶିକ୍ଷାଦାନ କରିଥିଲେ । ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ଦଳର କର୍ମକର୍ତ୍ତା ସର୍ବଶ୍ରୀ ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ତ୍ରିପୁରାରି ବେହେରା, ବିଶିକେଶନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ବ୍ୟୋମକେଶ ମହାପାତ୍ର, କୈବଲ୍ୟ ପ୍ରଧାନ, ନିରଞ୍ଜନ ଦାନୀ, ସୁଦାମା ମେଣ୍ଡଲୀ, ଶେଷ ଛାନ୍ଦ, ଶ୍ରୀମତି ସ୍ୱର୍ଣ୍ଣମୟୀ ପ୍ରଧାନ, ଶ୍ରୀମତି ମିନାରାଣୀ ମିଶ୍ର , ଶ୍ରୀମତି ନମିତା ରାଣୀ ଦାସ, ଶ୍ରୀମତି ରଶ୍ମିତା ହୋତା, ଶ୍ରୀମତି ବବିତା ପ୍ରଧାନ, ରବି ଦେଓ ,ବୈଦ୍ୟନାଥ ସାମଲ, ରାଜକୁମାର ମେହେର, ଜଗବନ୍ଧୁ ଦାସ ପ୍ରମୁଖ ସମସ୍ତ ମଣ୍ଡଳ ସଭାପତି ଓ ମୋର୍ଚ୍ଚା ସଭାପତି ସାଧାରଣ ସମ୍ପାଦକମାନେ ଯୋଗଦାନ କରିଥିଲେ ।