କମିଲା ପାଣି, ବଢିଲା ଲୋକଙ୍କ ଦୁର୍ଦ୍ଦଶା :ପୋଲ ଅବସ୍ଥା ଶୋଚନୀୟ

0 109

ବୌଦ୍ଧ/ଜହ୍ନ ।ପଙ୍କ,୧୬/୦୯ – ଗତ ଲଘୁଚାପ ବର୍ଷା ଯୋଗୁଁ ଜହ୍ନ ।ପଙ୍କ-ଖମାରିପଡା ପୂର୍ତ୍ତ ବିଭାଗ ରାସ୍ତାର ଦାମୋଦରପୁର ନିକଟରେ ଥିବା ଜ ।ମ୍ବୁନାଳରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ପୋଲ ଉପରେ ୫ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିଲା । ଦୀର୍ଘ ୩୬ ଘଣ୍ଟା ମୁଣ୍ଡାପଡା ପଂଚାୟତର ଖମାରିପଡା, କିରସିରା, କୃଷ୍ଣପାଲି, କମିରା ଆଦି ଗ୍ରାମ ବାହ୍ୟଜଗତରୁ ବିଚ୍ଛିିନ୍ନ ହୋଇଥିଲା । ଫଳରେ ଲୋକମାନେ କେବଳ ଜରୁରୀ କାମପାଇଁ ବାରପୁଡୁଗ -ତେଲିବନ୍ଧ ରାସ୍ତା ଦେଇ ୬ କିମି ରାସ୍ତାକୁ ୧୫ କିମି ବୁଲି ଜହ୍ନ ।ପଙ୍କ, ବୌଦ୍ଧ ଓ ସୋନପୁର ଯିବାକୁ ପଡୁଥିଲା । ତେବେ ୧୪ ତାରିଖ ଅପରାହ୍ନରେ ଜଳ ନିଷ୍କାସନ ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ସତ କିନ୍ତୁ ଜଳର ପ୍ରଖର ସ୍ରୋତରେ ପୋଲର ଉପର କଂକ୍ରିଟ ସ୍ଥାନେସ୍ଥାନେ ଉଠିଯାଇଥିବାରୁ ପୋଲ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଫଳରେ ଏହି ପୋଲ ଦେଇ ଯାଉଥିବା ଏକମାତ୍ର ଘରୋଇ ବସ ତିନିଦିନ ହେଲା ବନ୍ଦ ହେବା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ପ୍ରତ୍ୟହ ୫ ଟି ପଂଚାୟତର ପ୍ରାୟ ୪୦ ହଜାର ଲୋକ ଯାତାୟାତ କରୁଥିବା ବେଳେ ଏହି ରାସ୍ତାର ଗୁରୁତ୍ୱ ରହିଛି । ବର୍ତ୍ତମାନ ଏହି ଜମ୍ବୁପୋଲ ପୋଲ ର ଅବସ୍ଥା ଏପରି ହୋଇଛି ଯେ ଲୋକ ଯିବାପାଇଁ ଭୟ କରୁଛନ୍ତି । ଚା଼ରିଚକିଆ ଯାନ ଯାଇପାରୁନାହିଁ ଯଦ୍ୱାରା ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ଯିବାମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି । ତେଣୁ ଅଞ୍ଚଳର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପୋଲକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twelve + 10 =