ସାରା ଭାରତ ସାଇକେଲ ଯାତ୍ରା କରୁଥିବା….. ଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଦୈନିକ ଖବର କାଗଜ ହୀରାଞ୍ଚଳ ପରିବାର….

0 177

ହରଭଙ୍ଗା,୨୫/୧୨- ବିଭିନ୍ନ ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା କରୁଥିବା ଧୀରେଜଙ୍କୁ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ସମ୍ବର୍ଦ୍ଧନା ଜଣାଯାଇଛି । ସୂଚନା ମତେ ସାରା ଭାରତ ସାଇକେଲ ଯାତ୍ରା ପାଇଁ ରିସର୍ଚ୍ଚ ଛାତ୍ର ବିହାର ରାଜ୍ୟର ଧୀରେଜ ୧୧/୧୧/୨୦୨୧ରେ ତାଙ୍କ ଯାତ୍ରା ଆରମ୍ଭ କରି ପ୍ରଥମେ ପଞ୍ଜାବ, ପାଟଣା ଠାରୁ ନିଜ ଭାରତ ଭ୍ରମଣ ଯାତ୍ରା ଆରମ୍ଭ କରି, ହିମାଚଳ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିଆଣା, ଉତ୍ତର ପ୍ରଦେଶ, ବିହାର, ସିକିମ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ମେଘାଳୟ, ବାଙ୍ଗଲାଦେଶ, ଝାଡ଼ଖଣ୍ଡ, ଛତିଶଗଡ ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି । ଓଡ଼ିଶାରେ ତିନିଦିନ ସାଇକେଲ ଯାତ୍ରା କରି ଆଜି ବୌଦ୍ଧ ଜିଲ୍ଲା ଅତିକ୍ରମ କରୁଥିବା ସମୟରେ ଦୈନିକ ଖବର କାଗଜ ହୀରାଞ୍ଚଳର ଦୁଇଜଣ ସାମ୍ବାଦିଜ ବିଭୁଦତ୍ତ ବୋଷ ଓ ସୁଶାନ୍ତ କୁମାର ବେହେରା ପୁରୁଣାକଟକ ଠାରେ ତାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଧୀରେଜଙ୍କ ବୟାନ ଅନୁଯାୟୀ ସେ ଆଜକୁ ଏକ ବର୍ଷ ଏକ ମାସ ଚଉଦ ଦିନ ସାଇକେଲ ଯାତ୍ରାରେ ୧୦,୬୮୦କିଲୋମିଟର ଅତିକ୍ରମ କରି ବୌଦ୍ଧ ଜିଲ୍ଲା ସଦର ମହକୁମାରେ ପହଁଚିଥିଲେ ଏବଂ ଓଡିଶା ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାଉଥିବାର ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

14 − 1 =