ବିଦ୍ୟାଳୟ ସ୍ତରୀୟ ଔଷଧିୟ ବୃକ୍ଷ ପ୍ରଦର୍ଶନୀ -୨୦୨୨ ଉଦଯାପିତ

0 78

ଜହ୍ନ ।ପଙ୍କ,୨୨/୧୦: ବୌଦ୍ଧ ବ୍ଳକ ତାଳସରଡ଼ । ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତ ଉଚ୍ଚ଼ବିଦ୍ୟାଳୟ ପରିସରରେ ଚାଲିଥିବା ୨ ଦିନିଆ ବିଦ୍ୟାଳୟ ସ୍ଥରୀୟ ଔଷଧିୟ ବୃକ୍ଷ ପ୍ରଦର୍ଶନୀ-୨୦୨୨ ଶନିବାର ଉଦଯାପିତ ହୋଇଯାଇଛି । ପ୍ରଥମେ ମୁଖ୍ୟଅତିଥିଙ୍କ ଦ୍ୱାରା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଉପଦେଷ୍ଟା ଚେତ ।ରାମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରବୀର କୁମାର ଦାସ ଯୋଗଦେଇ ଔଷଧୀୟ ବୃକ୍ଷର ଉପକାର ଓ ଏହାର ବ୍ୟବହାର ସମ୍ପର୍କରେ ଅବଗତ କରାଇଥିଲେ । ବର୍ତ୍ତମାନ ଔଷଧୀୟ ବୃକ୍ଷ ବିଲୁପ୍ତ ହେବାକୁ ବସିଲାଣି । ତେଣୁ ଏହାକୁ ବଞ୍ଚାଇବାକୁ ହେଲେ ସଚେତନତାର ଆବଶ୍ୟକତା ରହିଛି । ମୁଖ୍ୟ ବକ୍ତା ଭାବେ ଆୟୁଷ ଡ଼ଃ ବିଜୟଲକ୍ଷ୍ମୀ ତ୍ରିପାଠୀ ଯୋଗଦେଇ ଔଷଧୀୟ ବୃକ୍ଷର ମହତ୍ତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଭରତ ମେହେର ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ବସନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଶୁକ୍ରବାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଯୋଗଦେଇ ଏଭଳି ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଔଷଧୀୟ ବୃକ୍ଷ ପ୍ରଦର୍ଶନୀରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, ସଂଗ୍ରାମପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ପଂଚାୟତ ଉଚ୍ଚବିଦ୍ୟାଳୟ ସଂଗ୍ରାମପୁରର ୧୫୫ ଔଷଧୀୟ ବୃକ୍ଷ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ସଂଗ୍ରାମପୁର ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × five =