ଗନ୍ଧର ।ଡ଼ି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳନ: ସଚେତନତା ହିଁ ଅବ୍ୟର୍ଥ ଔଷଧ

0 80

ଜହ୍ନାପଙ୍କ,୧/୧୨: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଜହ୍ନ ।ପଙ୍କସ୍ଥିତ ଗନ୍ଧରାଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୟୁଥ ରେଡ଼କ୍ରସ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥ ଦେଇ ଏକ ଶୋଭାଯାତ୍ରାରେ ବାହାରି ଏଡ଼ସ ସଚେତନତା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ଜହ୍ନ ।ପଙ୍କ ଗ୍ରାମ ପରିକ୍ରମା କରି ଶେଷରେ ବିଦ୍ୟାଳୟରେ ପହଞ୍ଚି ଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଧ୍ୟାପକ ପ୍ରଭାତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପ୍ରସନ୍ନ କୁମାର ଶତପଥି, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ପ୍ରଭାତୀ ତ୍ରିପାଠୀ, ଯୁବ ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ଯୋଗଦେଇ ଏଡ଼ସ ସଂକ୍ରମଣର କାରଣ ଯଥା ଅସୁରକ୍ଷିତ ଯୌନସଂପର୍କ, ବହୁନାରୀ ସହିତ ଶାରୀରିକ ସମ୍ପର୍କ ଏଡ୍‌ସର ପ୍ରମୁଖ କାରଣ ବୋଲି କହିଥିଲେ । ସଚେତନତା ହିଁ ଏଥିରୁ ମୁକ୍ତ କରିପାରିବା ସହିତ ଏହାହିଁ ଅବ୍ୟର୍ଥ ଔଷଧ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 5 =