ନୂତନ ଗୁପ୍ତେଶ୍ୱର ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ

0 294

ଜହ୍ନ ।ପଙ୍କ,୨୪/୧୧: ବୌଦ୍ଧବ୍ଳକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ସାଲୁଙ୍କି ନଦୀର ସିଂହ ।ସିନି ଘାଟ ନିକଟରେ ନୂତନ ଗୁପ୍ତେଶ୍ୱର ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ବୁଧବାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ସକାଳୁ ସଂକୀର୍ତ୍ତନ ଦଳ ସହ ସିଂହାସିନୀ ଘାଟରୁ ମହିଳାମାନେ ୧୦୮ କଳସିରେ ଜଳଧରି ଏକ ଶୋଭାଯାତ୍ରାରେ ବାହାରି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । ଏହା ପରେ ବିଭୀଷଣ ଚାନ୍ଦଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତାଭାବେ ସଚ୍ଚ଼ିଦାନନ୍ଦ ମହାକୁଳ ଓ ସବିତା ମହାକୁଳ ଦାୟିତ୍ୱ ନିର୍ବାହ କରିଥିଲେ । ପୂଜାରେ ତ୍ରିଜୀବ ପାଣିଗ୍ରାହୀ ଓ ସୁନୀଲ ପଣ୍ଡା ସହଯୋଗ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ପୂର୍ବତନ ଏନ ଏ ସି ଉପ ।ଧ୍ୟକ୍ଷ ବସନ୍ତ ସ୍ୱାଇଁ, ମନ୍ଦିର କମିଟିର ସଭାପତି ଧର୍ମେନ୍ଦ୍ର ହୋତା, ଅବସରପ୍ରାପ୍ତ ଶିକ୍ଷକ ନବୀନ ପ୍ରଧାନ, ସ୍ୱେଚ୍ଛାସେବୀ ଦୁର୍ଯ୍ୟୋଧନ ଖଟୁଆ ମଞ୍ଚ ।ସିନ ଥିଲେ । ସ୍ୱେଚ୍ଛାସେବୀ ସୁମନ୍ତ ନାଏକ ସ୍ୱାଗତ ଭାଷଣ ଦେଇଥିଲେ । ମନ୍ଦିର ସମ୍ପୂର୍ଣ୍ଣ ହେବା ଦିଗରେ ଦୃଷ୍ଟି ଦେବେ ବୋଲି ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହା ପରେ ରାମାୟଣ ପାରାୟଣ ସୁନ୍ଦରାକାଣ୍ଡ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସ ଭାବେ ତାଳସରଡାର ରଘୁନନ୍ଦନ ଦାସ ରାମାୟଣ ପାଠ କରିଥିଲେ । ଏଥିରେ ବ୍ୟାସ ଭାବେ ତାଳସରଡାର ରଘୁନନ୍ଦନ ଦାସ ରାମାୟଣ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଲିଙ୍ଗରାଜ ଭୋକ୍ତା, ଅଭି ଖଟୁଆ, ସରୋଜ ଦାସ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

7 − two =