ସଜେଇ ହେଉଛି ହାଇସ୍କୁଲ, ଗଛ ତଳେ ପଢୁଛନ୍ତି ଛାତ୍ରଛାତ୍ରୀ

0 166

ଜହ୍ନ ।ପଙ୍କ,୯/୪: ରାଜ୍ୟସରକାର ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ମାଗଣା ପୋଷାକ ଓ ବହି ଆଦି ଯୋଗାଇ ଦେଉଛନ୍ତି । ଛାତ୍ର ଛାତ୍ରୀଙ୍କ ବସିବା ପାଇଁ ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ବେଞ୍ଚ ଡେସ୍କ ବି ଯୋଗାଇ ଦେଇଛନ୍ତି । ଉତ୍ତମ ଶିକ୍ଷା ପାଇଁ ସ୍କୁଲକୁ ୫ ଟିରେ ଅନ୍ତର୍ଭୁକ୍ତକରି ସ୍ମାର୍ଟ କ୍ଳାସ ରୁମ, ଇ-ଲାଇବ୍ରେରୀ, ସ୍ମାର୍ଟ ବ୍ଲାକବୋର୍ଡ ଆଦି କାର୍ଯ୍ୟ ଚାଲିଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଗଛତଳେ ପାଠ ପଢିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡିପଦର ନୋଡ଼ାଲ ଉଚ୍ଚ଼ବିଦ୍ୟାଳୟରେ । ସୂଚନାମତେ ୧୯୮୦ ମସିହାରେ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏହି ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ବହୁ ବ୍ୟକ୍ତି ପାଠ ପଢି ବିଭିନ୍ନ ପଦପଦବୀରେ ରହିଛନ୍ତି । ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀରେ ସମୁଦାୟ ୪୧୦ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସମୁଦାୟ୨୫ ଟି ଶ୍ରେଣୀ ଗୃହ ରହିଛି । ତେବେ ୫ଟି କାର୍ଯ୍ୟ ଚାଲିଥିବାରୁ ଛାତ୍ରଛାତ୍ରୀ ମାନେ ଗଛ ତଳେ ବସି ପାଠ ପଢ଼ୁଥିବା ପ୍ରଧାନ ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି । ଆବଶ୍ୟକ ବେଞ୍ଚ ଡେସ୍କ ଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ତଳେ ବସି ପାଠ ପଢ଼ୁଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଏକାଗ୍ରତା ଭଙ୍ଗ ହେଉଥିବା ପ୍ରକାଶ କରନ୍ତି । ଅନ୍ୟ ପକ୍ଷରେ ସ୍କୁଲକୁ ପ୍ରଧାନ ଶିକ୍ଷୟତ୍ରୀ ନିୟମିତ ସ୍କୁଲକୁ ନଆସି ଦସ୍ତଖତ କରିବା, ତାଙ୍କର ସ୍ୱାମୀ ସ୍କୁଲ କାର୍ଯ୍ୟରେ ହସ୍ତକ୍ଷେପ କରିବାସହ ସ୍କୁଲରେ ସହଯୋଗ ଓ ସହମତି ପ୍ରକାଶ କରୁନଥିବାରୁ ଏବଂ ବିଭିନ୍ନ ଦୁର୍ନୀତିର ତଦନ୍ତ କରିବା ସ୍କୁଲର ଉନ୍ନତି କାର୍ଯ୍ୟରେ ଅଗ୍ରଗତି ହେଉନଥିବା ଏବଂ ତାଙ୍କୁ ବଦଳି କରିବା ପାଇଁ ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ବିଧାୟକ କଣ୍ଟାମାଳ, ଜିଲ୍ଲାପାଳ ବୌଦ୍ଧ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୧୧/୭/୨୦୨୧ରେ ଦେଇଥିଲେ । ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଦୁର୍ନୀତିର ତଦନ୍ତ କରି ପ୍ରଧାନଶିକ୍ଷୟତ୍ରୀଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ପାଇ ତାଙ୍କୁ ତୁରନ୍ତ ଉନ୍ନୀତ ସରକାରୀ ଉଚ୍ଚବିଦ୍ୟାଳୟ ଗୋଚ୍ଛାପଡାକୁ ବଦଳି କରିବାକୁ ରିପୋର୍ଟ ଦେଇଥିଲେ ମଧ୍ୟ କାହା ଛତ୍ରଛାୟା ତଳେ ରହି ସଂପୃକ୍ତ ଶିକ୍ଷୟିତ୍ରୀ ଏଠାରୁ ବଦଳି ହେବାକୁ ଚାହୁଁନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏ ସଂପର୍କରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରିବାରୁ କିଛି ଖଳ ପ୍ରକୃତିର ଲୋକ ମୋ ବିରୁଦ୍ଧରେ ଏକ ଷଡଯନ୍ତ୍ର ଚଳାଇଛନ୍ତି ବୋଲି କହିଥିଲେ । ଆଗାମୀ ୪/୫ ଦିନ ମଧ୍ୟରେ ତୁରନ୍ତ ବଦଳି କରାନ ଯାଏ ସ୍କୁଲ ଫାଟକରେ ତାଲା ପକାଇବାକୁ ମୋ ସ୍କୁଲ ଅଭିଯାନ କମିଟି ତରଫରୁ ଚେତାବନୀ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

twenty + 19 =