୨ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଶ୍ମଶାନ ଯାତ୍ରୀ ବିଶ୍ରାମଘର

0 117

ଜହ୍ନାପଙ୍କ,୨୮/୯- ବୌଦ୍ଧ ବ୍ଳକ ବଢ଼ିଗାଁ ପଞ୍ଚାୟତ ଓଲଣ୍ଡା ସାଲୁଙ୍କି ନଦୀକୂଳରେ ୨୦୧୯ ମସିହାରେ ଶ୍ମଶାନ ଘାଟକୁ ଶବଦ ।ହ ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ରାମଗାର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଘର କେଉଁ ଅନୁଦାନ ଓ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସୂଚନା ଫଳକ ଲଗାଯାଇନଥିବାରୁ ଲୋକଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ କରାଯାଇଛି । କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ମଧ୍ୟ ଓଲଣ୍ଡା ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିଯୋଗ କରିଛନ୍ତି । ବିଶ୍ରାମଗାର ସଂପୂର୍ଣ୍ଣ ହୋଇନଥିବାରୁ ଶ୍ମଶାନକୁ ଆସୁଥିବା ଲୋକମାନେ ଖରା, ବର୍ଷା, ଶୀତରେ ଅପେକ୍ଷା କରିବାକୁ ପଡୁଛି । ତୁରନ୍ତ ଏହି ବିଶ୍ରାମଗାର ସମ୍ପୂର୍ଣ୍ଣ କରିବା ସହିତ ସୂଚନା ଫଳକ ଲଗାଇବାକୁ ଦାବି ହେଉଛି । ସେହିପରି ଓଲଣ୍ଡା ଗାଁ ମୁଣ୍ଡରେ ଲୋକଙ୍କ ସାମାଜିକ କାର୍ଯ୍ୟପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି ।ପଂଚାୟତ ସମିତି ଅନୁଦାନ ରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହା ମଧ୍ୟ ୨ ବର୍ଷ ହେଲା ଛାତ ଲେବୁଲ ପର୍ଯ୍ୟନ୍ତ ହୋଇ ପଡିରହିଛି । ଯାହା ଫଳରେ ଲୋକଙ୍କ କାମରେ ଲାଗିପାରୁନଥିବାବେଳେ ସରକାରୀ ଅନୁଦାନ ମଧ୍ୟ ପଡିରହିଛି । ତୁରନ୍ତ ଏହି ଦୁଇ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

eight + 17 =