ବ୍ରହ୍ମପୁର,୪/୯: ଅଲଓଡିଶା ପରିବହନ ମୋଟର ଚାଳକ ସଙ୍ଘ ଗଞ୍ଜାମ ଜିଲ୍ଲା ତରଫରୁ ସଙ୍ଘର ଏକ ଡ୍ରାଇଭର ଭାଇ ବଂଶୀଧର ବେହେରା, ଗ୍ରାମ ବିରିକୋଟ ଥାନା ଭଞ୍ଜନଗର ମହାରାଷ୍ଟ୍ର ରାଜ୍ୟର ଭଣ୍ଡାରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେ ସେଠାକାର ହସ୍ପିଟାଲ ଠାରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ । ସଙ୍ଘର ସଦସ୍ୟମାନେ ଏହି ଡ୍ରାଇଭର ଭାଇଙ୍କ ଅସୁବିଧା ସମୟରେ ସାଙ୍ଗରେ ଠିଆ ହେବାପାଇଁ ସଙ୍ଘ ତରଫରୁ ତାଙ୍କ ବାସଭବନରେ ପହଁଚି ତାଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ କରିଥିଲେ ଓ ଡ୍ରାଇଭର ବଂଶୀଧରଙ୍କ ଆଶୁୁଆରୋଗ୍ୟ କାମନା କରିବାସହ ସରକାରଙ୍କ ପାଖରେ ଜୀବନକୁ ପାଣି ଛଡାଇ ମାଲ ପରିବହନ କରୁଥିବା ଡ୍ରାଇଭର ଭାଇ ମାନଙ୍କ ପାଇଁ ଅପାତକାଳୀନ ପାଣ୍ଠି ତିଆରି କରି ଯଥାଶୀଘ୍ର ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା ନିମନ୍ତେ ଖର୍ଚ୍ଚ କରିବାକୁ ଦାବି କରିଛନ୍ତି । ଏହି ସମୟରେ ଜଗନ୍ନାଥ ସାହୁ, ତ୍ରିନାଥ ସାହୁ, କାମରଜୁ ଡାକୁଆ, ନିର୍ମଳ ବିଶୟୀ, ଅଶୋକ ଦଳବେହେରା, କୃଷ୍ଣଚନ୍ଦ୍ର ପଣ୍ଡା, ମୋହନ ପ୍ରଧାନ, ସନ୍ତୋଷ ବେହେରା, ନାରାୟଣ ବେହେରା, ଗୌରାଚାନ୍ଦ ସାହୁ, ପ୍ରଶାନ୍ତ ଗୌଡ଼, ବାଲିଆ ସେଠି, ରାଜା, ରାକେଶ, ଦଶରଥୀ ସାହୁ, ଯୋଗେନ୍ଦ୍ର ବେହେରାଙ୍କ ସହ ବହୁ ଡ୍ରାଇଭର ଭାଇ ଉପସ୍ଥିତ ଥିଲେ ।