ଭୁବନେଶ୍ବର: ବ୍ରାଉନସୁଗର କାରବାର ବେଳେ ମାଡ଼ି ବସିଲା ଏସଟିଏଫ ଟିମ । ବାଲେଶ୍ବର ଅରଡ ବଜାର ରେଲୱେ ଓଭରବ୍ରିଜ ତଳୁ ୧କେଜି ୫୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ସେଖ ମେଜୁକୁ ପୋଲିସ ଗିରଫ କରିଛି ।
ଗିରଫ ବେଳେ ଅଭିଯୁକ୍ତ ପାଖରୁ ନଗଦ ୨୮ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ଥାଉକି, ୨୦୨୦ରୁ ଏଯାବତ ଏସଟିଏଫ୍ ଟିମ ଓଡିଶାର ବିଭିନ୍ନ ସ୍ଥାନରୁ ୫୬ କେଜି ବ୍ରାଉନସୁଗର ସହ ୨୦୨ଗ୍ରାମର ହିରୋଇନ ଜବତ କରିଛି । ସେହିପରି ୧୧୧କ୍ବିଣ୍ଟାଲ ଗଞ୍ଜେଇ ଓ ୭୫ଗ୍ରାମ ଅଫିମ ଜବତ ହୋଇଛି ।